ଚର୍ବିରୁ ହାଡ
ଅନେକ ସମୟରେ ବୈଜ୍ଞାନିକମାନେ ଏଭଳି ଉଦ୍ଭୁାବନ କରନ୍ତି ଯାହା ସମସ୍ତଙ୍କ ଚକିତ କରିଥାଏ । ସେହିଭଳି ଏକ ସ୍ୱତନ୍ତ୍ର ଉଦ୍ଭୁାବନ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ବର୍ତ୍ତମାନର ସୂଚନା ଅନୁସାରେ ମଣିଷ ଶରୀରର ଚର୍ବିରୁ ହାଡ ପ୍ରସ୍ତୁତ ହୋଇପାରିବ । ଓସାକା ମେଟ୍ରୋପଲିଟନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚର ଏଭଳି ଏକ ଟେକନିକର ବିକାଶ କରିଛନ୍ତି ଯାହା ଏହି ହାଡକୁ ପ୍ରସ୍ତୁତ କରିପାରିବ । ବୈଜ୍ଞାନିକମାନେ ଚର୍ବିରୁ ଷ୍ଟେମସେଲ ବାହାର କରିଛନ୍ତି, ଯାହାକୁ ହାଡ ପ୍ରସ୍ତୁତକାରୀ ସେଲରେ ପରିଣତ କରାଯାଇଛି । ଏହାପରେ ଏହି ସେଲକୁ ହାଡ ପ୍ରସ୍ତୁତକାରୀ ପଦାର୍ଥ ବିଟ୍ରାଇ କ୍ୟାଲସିୟମ ଫସଫେଟ ସହିତ ମିଶାଇଥିଲେ । ଏହି ପ୍ରକ୍ରିୟା କାରଣରୁ ଅଷ୍ଟିୟୋପୋରୋସିସ୍ ଭଳି ସମସ୍ୟାରେ ହୋଇଥିବା ହାଡ଼ ଭଙ୍ଗାର ଚିକିତ୍ସା ପାଇଁ ଏହି ପ୍ରକ୍ରିୟା ଖୁବ କାମରେ ଆସିବ ବୋଲି ଜଣା ପଡିଛି । ଏହି ପ୍ରକ୍ରିୟାରେ ଚର୍ବିରୁ ସେଲ ବାହାର କରିବା ଖୁବ ସହଜ ହୋଇଥାଏ । ଏହାସହ ଏହାର ଶରୀର ଉପରେ ସେଭଳି କୌଣସି ଖରାପ ପ୍ରଭାବ ନଥାଏ ବୋଲି ଡାକ୍ତର ମତ ଦେଇଛନ୍ତି । ସେହିଭଳି ଏହାକୁ କରିବା ପାଇଁ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ନଥାଏ । ଏହାକୁ ନେଇ ବର୍ତ୍ତମାନ ଅଧିକ ଗବେଷଣା ଜାରି ଥିବା ବିଶ୍ୱବିଦ୍ୟାଳୟ ଅଧିକାରୀ ମତ ଦେଇଛନ୍ତି ।


