ଉପଗ୍ରହକୁ ଜଗିବେ ବଡିଗାର୍ଡ
By: Ipsita
ସମ୍ବନ୍ଧିତ ଖବର ୧୦ କୋଟିର କବର
ଆକାଶରେ ଥିବା ଉପଗ୍ରହ ବା ସାଟେଲାଇଟକୁ ବର୍ତ୍ତମାନ ବଡିଗାର୍ଡମାନେ ଜଗିବେ । ନିକଟରେ ଏକ ଭାରତୀୟ ସାଟେଲାଇଟ ପଡୋଶୀ ଦେଶର ସାଟେଲାଇଟ ସହିତ ବାଡେଇ ହେବାରୁ ବଞ୍ଚିଛି । ପୃଥିବୀର ଅର୍ବିଟରେ ହଜାର ଆକ୍ଟିଭ ସାଟେଲାଇଟ ରହିଛନ୍ତି । ଏହାସହ ଅନେକ ଦେଶ ନିଜନିଜର ସ୍ପାଏ ସାଟେଲାଇଟ ମଧ୍ୟ ମହାକାଶକୁ ଛାଡୁଛନ୍ତି । ତେଣୁ ମହାକାଶରେ ଥିବା ଉପଗ୍ରହଙ୍କର ସୁରକ୍ଷା କରିବାର ବେଶି ଆବଶ୍ୟକତା ରହିଛି । ତେବେ ଏହି ସାଟେଲାଇଟ ଗୁଡିକଙ୍କର ସୁରକ୍ଷା କୌଣସି ମଣିଷ ନୁହେଁ ବରଂ ଅନ୍ୟ ସାଟେଲାଇଟକୁ ବଡିଗାର୍ଡ କରି ଛାଡିବ । ଏହି ମିଶନ ଅଧୀନରେ ୫୦ରୁ ଅଧିକ ଜାସୁସ ସାଟେଲାଇଟକୁ ଲଞ୍ଚ କରାଯିବା ନେଇ ସୂଚନା ମିଳିଛି । ଏହାଦ୍ବାରା ଅନେକ ସଫଳତା ମିଳିବ ବୋଲି ବୌଜ୍ଞାନିକମାନେ ଆଶା ରଖିଛନ୍ତି ।
ସମ୍ବନ୍ଧିତ ଖବର ସ୍ଲିପ ସପିଂ
Tags:



