ବ୍ଲୁ ସ୍ପାଇଡର୍
ବୈଜ୍ଞାନିକମାନେ ସ୍ପାଇଡର୍ର ଏକ ନୂତନ ତଥା ବିରଳ ପ୍ରଜାତିର ସନ୍ଧାନ କରିଛନ୍ତି । ଏହି ସ୍ପାଇଡର୍ର ରଙ୍ଗ ଆଶ୍ଚର୍ଯ୍ୟଜନକ ରୂପେ ନୀଳ ହୋଇଥିବାରୁ ଏହାକୁ ବ୍ଲì ସ୍ପାଇଡର ବୋଲି କୁହାଯାଉଛି । ଥାଇଲାଣ୍ଡ୍ର ମ୍ୟାନ୍ଗ୍ରୋଭ୍ ଜଙ୍ଗଲରୁ ଏହି ବ୍ଲୁ ଇଲେକଫ୍ରିକ୍ ସ୍ପାଇଡର୍ (ଟାରଣ୍ଟୁଲା)କୁ ଠାବ କରାଯାଇଥିବା କୁହାଯାଇଛି । ଏହି ପ୍ରଜାତିର ନାଁ ହେଉଛି ଚିଲୋବ୍ରାଚିଜ୍ ନାତାନିଚାରୁମ୍ । ତେବେ ଜୀବମାନଙ୍କ ମଧ୍ୟରେ ବ୍ଲୁ ରଙ୍ଗ ଅତ୍ୟନ୍ତ ବିରଳ ହୋଇଥାଏ ବୋଲି ଡା.ନାରିନ୍ ଚମ୍ଫୁଫୁଆଙ୍ଗ୍ ନାମକ ଜଣେ […]
ବୈଜ୍ଞାନିକମାନେ ସ୍ପାଇଡର୍ର ଏକ ନୂତନ ତଥା ବିରଳ ପ୍ରଜାତିର ସନ୍ଧାନ କରିଛନ୍ତି । ଏହି ସ୍ପାଇଡର୍ର ରଙ୍ଗ ଆଶ୍ଚର୍ଯ୍ୟଜନକ ରୂପେ ନୀଳ ହୋଇଥିବାରୁ ଏହାକୁ ବ୍ଲì ସ୍ପାଇଡର ବୋଲି କୁହାଯାଉଛି । ଥାଇଲାଣ୍ଡ୍ର ମ୍ୟାନ୍ଗ୍ରୋଭ୍ ଜଙ୍ଗଲରୁ ଏହି ବ୍ଲୁ ଇଲେକଫ୍ରିକ୍ ସ୍ପାଇଡର୍ (ଟାରଣ୍ଟୁଲା)କୁ ଠାବ କରାଯାଇଥିବା କୁହାଯାଇଛି । ଏହି ପ୍ରଜାତିର ନାଁ ହେଉଛି ଚିଲୋବ୍ରାଚିଜ୍ ନାତାନିଚାରୁମ୍ । ତେବେ ଜୀବମାନଙ୍କ ମଧ୍ୟରେ ବ୍ଲୁ ରଙ୍ଗ ଅତ୍ୟନ୍ତ ବିରଳ ହୋଇଥାଏ ବୋଲି ଡା.ନାରିନ୍ ଚମ୍ଫୁଫୁଆଙ୍ଗ୍ ନାମକ ଜଣେ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ତେବେ ନିଜର ଭିନ୍ନ ତଥା ଚମତ୍କାର ରଙ୍ଗ ପାଇଁ ବୈଜ୍ଞାନିକମାନେ ଏହି ସ୍ପାଇଡର୍କୁ ଜୁଏଲ୍ ଅଫ୍ ଫରେଷ୍ଟ ନାଁରେ ନାମିତ କରିଛନ୍ତି । ଏହି ସ୍ପାଇଡର୍କୁ ଅନେକ ସମୟ ଧରି ଅବୈଧ ରୂପେ ବ୍ୟବସାୟ କରାଯାଉଥିଲା ବୋଲି ଅନେକ ବ୍ୟବସାୟୀ ସ୍ୱୀକାର କରିଛନ୍ତି । ଯାହାଫଳରେ ଏହାକୁ ଇଲେକଫ୍ରିକ୍ ବ୍ଲୁ ସ୍ପାଇଡର୍ ନାମକରଣ କରାଯାଇଥିବା ସେମାନେ କହିଛନ୍ତି । ତେବେ ପିଗ୍ମେଣ୍ଟେସନ୍ ପରିବର୍ତ୍ତେ ନାଚୁରାଲ୍ ଷ୍ଟ୍ରକ୍ଚରିଙ୍ଗ୍ କାରଣରୁ ଏହାର ରଙ୍ଗ ନୀଳ ହୋଇଥିବାବେଳେ ଏହି ପ୍ରଜାତିର ସ୍ପାଇଡର ନିକଟରେ ବିଷ ନଥାଏ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।




