ନୀଳ ଲାଇଟ କମାଉଛି ଆତ୍ମହତ୍ୟା
ବିଭିନ୍ନ ସରକାର ବର୍ତ୍ତମାନ ଜନସାଧାରଣଙ୍କ ଭିତରେ ଆତ୍ମହତ୍ୟାକୁ କମାଇବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ଏହିକ୍ରମରେ ଜାପାନ ଏକ ନୂଆ ଉପାୟ ବାହାର କରିବାରେ ସଫଳ ହୋଇଛନ୍ତି, ଯାହାକୁ ବ୍ୟବହାର କରି ସେ ଦେଶରେ ଆତ୍ମହତ୍ୟା କମାଇବାରେ ସଫଳ ହୋଇପାରିଛନ୍ତି । ଏଠିକାର ପ୍ରଶାସନଙ୍କ ମତରେ ରେଳ ଷ୍ଟେସନରେ ନୀଳ ରଙ୍ଗର ଲାଇଟ ଲଗାଇବା ଫଳରେ ଆତ୍ମହତ୍ୟା ମାମଲା ପାଖାପାଖି ୮୪ ପ୍ରତିଶତ କମିଛି । ଯାହାର ଦାବି ଟୋକିଓ ବିଶ୍ବବିଦ୍ୟାଳୟର ଷ୍ଟଡିରେ କରାଯାଇଛି । ରିସର୍ଚ ଅନୁସାରେ ନୀଳ ରଙ୍ଗ ଆକାଶ ଓ ସମୁଦ୍ରର ରଙ୍ଗ ହୋଇଥାଏ । ଏହା ପ୍ରଭାବରେ ମାନସିକ ଶାନ୍ତି ମିଳିଥାଏ । ଏହା ମାନସିକ ସ୍ତରରେ ଅଶାନ୍ତଥିବା ଲୋକଙ୍କୁ ଶାନ୍ତ କରିବାରେ ବିଶେଷଭାବେ ସହାୟକ ହୋଇଥାଏ । ଏହି ପରୀକ୍ଷଣ କରାଇବାପାଇଁ ଜାପାନର ୨୯ଟି ଷ୍ଟେସନକୁ ବଛାଯାଇଥିଲା ଯେଉଁଥିରେ ନୀଳ ରଙ୍ଗ ଲଗାଯାଇଥିଲା । ଏହାକୁ ମୁଡ ଲାଇଟିଂ ଥେରାପି କହିଥାଆନ୍ତି, ଯେଉଁଥିରେ ଲାଇଟକୁ ବ୍ୟବହାର କରି ଲୋକଙ୍କୁ ମାନସିକ ଶାନ୍ତି ପ୍ରଦାନ କରାଯାଇଥାଏ । ଯେଉଁଭଳି ହଳଦିଆ ରଙ୍ଗ ଏନର୍ଜି ପ୍ରଦାନ କରିଥାଏ ସେହିଭଳି ନୀଳ ରଙ୍ଗ ମାନସିକ ଶାନ୍ତି ଦେଇଥାଏ । ତେବେ ଏହାକୁ ନେଇ ଆହୁରି ଗବେଷଣା ଜାରି ରହିଛି ଯାହା ଆହୁରି ତଥ୍ୟ ଆସିବାରେ ସାହାଯ୍ୟ କରିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।



