ଲାବ୍‌ରେ ପ୍ରସ୍ତୁତ ହେବ ରକ୍ତ

ଲାବ୍‌ରେ ପ୍ରସ୍ତୁତ ହେବ ରକ୍ତ
Ipsita Picture
By: Ipsita


ଦୁନିଆରେ ଏଭଳି ବ୍ଲଡ ଗ୍ରୁପ ରହିଛି ଯାହାର ରଙ୍ଗ ଲାଲ ନୁହେଁ ବରଂ ସୁନେଲି । ଏହାକୁ ଗୋଲେïନ ବ୍ଲଡ ନାଁରେ ସମସ୍ତେ ଜାଣିଥାଆନ୍ତି । ସୂଚନା ଅନୁସାରେ ଏହି ବ୍ଲଡ ଗ୍ରୁପ ୬୦ ଲକ୍ଷ ଲୋକ ଭିତରେ ଗୋଟିଏ ମଣିଷର ହୋଇଥାଏ । ଏହାକୁ ବୈଜ୍ଞାନିକ ଭାଷାରେ ଆର୍‌ଏଚ ନଲ୍‌ ବ୍ଲଡ ଗ୍ରୁପ କହିଥାଆନ୍ତି । ଏହାର ଅନେକ ସ୍ୱତନ୍ତ୍ରତା ରହିଛି, ଯାହା ଏହାକୁ ବିରଳ କରିଥାଏ । ତେବେ ଏହି ବ୍ଲଡଗ୍ରୁପ ଆବଶ୍ୟକତା ସମୟରେ ଖୁବ କମ ମିଳିଥାଏ । ତେଣୁ ବର୍ତ୍ତମାନ ଏହି ବ୍ଲଡଗ୍ରୁପର ରକ୍ତକୁ ଲାବରେ ନିର୍ମାଣ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଯଦି ଏହି ଗବେଷଣା ସଫଳ ହୁଏ ତେବେ ଲାବରେ ଏହି ରକ୍ତ ତିଆରି ହୋଇପାରିବ । ତେଣୁ ଏମରଜେନ୍ସି ସମୟରେ ଏହି ଲାବରେ ପ୍ରସ୍ତୁତ ରକ୍ତକୁ ବ୍ୟବହାର କରାଯାଇ ପାରିବ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ବଞ୍ଚିବା ସହିତ ଅନେକ ହେଲ୍‌ଥ ଏମରଜେନ୍ସିର ସମାଧାନ ହୋଇପାରିବ ।

ସମ୍ବନ୍ଧିତ ଖବର କୁକୁର ପାଲଟିଲା ଶାନ୍ତିଦୂତ

Tags:

Related Posts