କଳା ଆଳୁ
By: Ipsita
ସାଧାରଣତଃ ଆଳୁର ରଙ୍ଗ ମାଟିଆ ହୋଇଥାଏ, ହେଲେ ଆଳୁର ରଙ୍ଗ କଳା ମଧ୍ୟ ହୋଇପାରେ । ତେବେ ଏନେଇ ଖୁବ କମ ଲୋକ ଜାଣିଥିବେ । ଏହାର ଚାଷ ଆମ ଭାରତରେ ମଧ୍ୟ ହେଉଛି । ଉତ୍ତରପ୍ରଦେଶର ଜଣେ ଚାଷୀ ଏହାକୁ ଚାଷ କରିବା ସହିତ ଅନ୍ୟ ୧୫ଟି ରାଜ୍ୟର ଚାଷୀଙ୍କୁ ଏହାର ମଞ୍ଜି ମଧ୍ୟ ଯୋଗାଉଛନ୍ତି । ପାଖାପାଖି ୫ ବର୍ଷ ହେଲାଣି ରବି ପ୍ରକାଶ ନାମକ ଏହି ଚାଷୀ କଳା ଆଳୁର ଚାଷ କରୁଛନ୍ତି । କଳା ଆଳୁ ପ୍ରଥମେ ସ୍କଟଲାଣ୍ଡ୍ର ସେଟ୍ଲାଣ୍ଡ ଆଇଲାଣ୍ଡରୁ ଆସିଥିଲା, ତେଣୁ ଏହାର ଅନ୍ୟନାମ ସେଟ୍ଲାଣ୍ଡ ବ୍ଲାକ ପଟାଟୋ ରହିଛି । ଏହି ଗଛ ଗୁଡିକ ୨.୫ ଫୁଟର ହୋଇଥିବାବେଳେ ଆଳୁର ରଙ୍ଗ ସମ୍ପୁର୍ଣ୍ଣ କଳା ହୋଇଥାଏ । ଏହି ଆଳୁକୁ ସାଧାରଣ ମାଟିଆ ଆଳୁ ଭଳି ଖିଆଯାଇଥାଏ । ଏହାକୁ କାଟିବାବେଳେ ଏହାର ଭିତର ବାଇଗେଣି ରଙ୍ଗର ହୋଇଥାଏ । ଏହି ଆଳୁରେ ଥିବା ପିଓନିଡିନ୍ ଓ ପେଟୁନିଡିନ୍ ପିଗ୍ମେଣ୍ଟ କାରଣରୁ ଆଳୁର ରଙ୍ଗ କଳା ହୋଇଥାଏ ।
ସମ୍ବନ୍ଧିତ ଖବର ରୋବଟକୁ ହେବ କଷ୍ଟ
Tags:



