ବିଲୁପ୍ତ ପ୍ରାୟ ପ୍ରଜାତିକୁ ବଞ୍ଚାଇବ ନୂତନ‘କ୍ଲୋନିଂ’
ଆମେରିକା: ସେପ୍ଟେମ୍ବର ୮: ବିଜ୍ଞାନ କାରଣରୁ ଆଜିକାଲି ସବୁ କଥା ସମ୍ଭବ । ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଘଟଣା ବିଜ୍ଞାନ କାରଣରୁ ଘଟୁଛି । ସେହିଭଳି କିଛି ଅଜବ ଘଟଣା ଭିତରେ ରହିଛି ମୃତ ଜୀବଙ୍କ କ୍ଲୋନିଂ । ‘ବ୍ଲାକ୍ ଫୁଟ୍ଡେ ଫେରେଟ୍’ ନାମକ ଏକ ପ୍ରାଣୀ ଦୁନିଆରୁ ବିଲୁପ୍ତ ହେବା ଅବସ୍ଥାରେ ରହିଛି । ତେବେ ବୈଜ୍ଞାନିକମାନେ ନିଜ ଜ୍ଞାନ କୌଶଳର ବ୍ୟବହାର କରି ତାର କ୍ଲୋନିଂ କରିଛନ୍ତି, ଯାହା ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ […]
ଆମେରିକା: ସେପ୍ଟେମ୍ବର ୮: ବିଜ୍ଞାନ କାରଣରୁ ଆଜିକାଲି ସବୁ କଥା ସମ୍ଭବ । ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଘଟଣା ବିଜ୍ଞାନ କାରଣରୁ ଘଟୁଛି । ସେହିଭଳି କିଛି ଅଜବ ଘଟଣା ଭିତରେ ରହିଛି ମୃତ ଜୀବଙ୍କ କ୍ଲୋନିଂ । ‘ବ୍ଲାକ୍ ଫୁଟ୍ଡେ ଫେରେଟ୍’ ନାମକ ଏକ ପ୍ରାଣୀ ଦୁନିଆରୁ ବିଲୁପ୍ତ ହେବା ଅବସ୍ଥାରେ ରହିଛି । ତେବେ ବୈଜ୍ଞାନିକମାନେ ନିଜ ଜ୍ଞାନ କୌଶଳର ବ୍ୟବହାର କରି ତାର କ୍ଲୋନିଂ କରିଛନ୍ତି, ଯାହା ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ବଞ୍ଚାଇବ । ୟୁଏସ୍ର ଫିସ୍ ଓ ୱାଇଲିଡ୍ ସର୍ଭିସ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ କୌଣସି ବିଲୁପ୍ତ ପ୍ରାଣୀକୁ କ୍ଲୋନିଂ ପ୍ରକ୍ରିୟାରେ ବଞ୍ଚାଇବା ଆମେରିକା ବୈଜ୍ଞାନିକଙ୍କର ପ୍ରଥମ ପ୍ରୟାସ । ଏହି ପ୍ରାଣୀ ୧୯୮୦ ମସିହାରୁ ଧୀରେ ଧୀରେ ବିଲୁପ୍ତ ହେବା ଆରମ୍ଭ କରିଥିଲା । ଏମାନଙ୍କ ପ୍ରଜାତିକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରାଯାଇଛି । ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇ ତାଙ୍କର ସଂଖ୍ୟା ବଢାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ ଆଜି ମାତ୍ର ଏହାର କେତେକ ହାତ ଗଣତି ଜୀବ ବଞ୍ଚିଛନ୍ତି । ତେବେ ଏମାନଙ୍କୁ ବଞ୍ଚାଇବାକୁ ବୈଜ୍ଞାନିକ ମାନେ ନୂଆ ଉପାୟ ଆପଣାଇଛନ୍ତି । ଏହି ଜୀବଙ୍କ କୋଷରୁ କ୍ଲୋନ ପ୍ରସ୍ତୁତ କରାଯାଇଛି । ୧୯୯୬ରେ ଏକ ମେ„ାକୁ ବଞ୍ଚାଇବାକୁ ଯେଉଁ ପ୍ରକ୍ରିୟାର ବ୍ୟବହାର କରାଯାଇଥିଲା, ଫେରେଟ୍କୁ ବଞ୍ଚାଇବାକୁ ମଧ୍ୟ ସେଇ ପ୍ରକ୍ରିୟାର ବ୍ୟବହାର କରାଯାଇଛି । ୨୦୧୩ରୁ ଏହି କ୍ଲୋନିଂ ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା, ଯାହା ୨୦୨୦ରେ ପୂରା ହୋଇଥିଲା । ଏକ ନୂଆ ଫେରେଟ୍ର ଜନ୍ମ ହୋଇଥିଲା । ଯାହାକୁ କୋଲୋରୋଡ୍ ସେଣ୍ଟରରେ ରଖାଯାଇଛି ।




