ଜନ୍ମଦିନ ଠିକ୍‌ କରନ୍ତି ସରକାର

ଜନ୍ମଦିନ ଠିକ୍‌ କରନ୍ତି ସରକାର
Ipsita Picture
By: Ipsita


ଉତ୍ତର କୋରିଆ ଦୁନିଆର ଏକମାତ୍ର ଏଭଳି ଦେଶ ଯେଉଁଠାରେ କୋଟିକୋଟି ଲୋକ ନିଜର ଅସଲି ଜନ୍ମଦିନ ଜାଣି ନଥାନ୍ତି । ଏଠାରେ ସରକାର ନିଷ୍ପତ୍ତି ନେଇଥାଆନ୍ତି ସେମାନଙ୍କ ଜନ୍ମଦିନ କେବେ ହେବ । ସେମାନଙ୍କ ଜନ୍ମଦିନର ତାରିଖ ସରକାର ଠିକ କରନ୍ତି । ଏଠାରେ ସରକାର ଗୋଟିଏ ସାର୍ଟିଫିକେଟରେ ଏହି ତାରିଖକୁ ଲେଖି ନାଗରିକଙ୍କୁ ପ୍ରଦାନ କରିଥାଆନ୍ତି । ତେବେ ଏହାପଛରେ ସରକାରଙ୍କର ବିଭିନ୍ନ କାରଣ ରହିଛି । ଏହି ପ୍ରକ୍ରିୟା ଯୋଗୁଁ ସରକାରଙ୍କୁ ରେକର୍ଡ ରଖିବାରେ ସୁବିଧା ହୋଇଥାଏ । ସେହିଭଳି ସେଠାରେ ଅନେକଙ୍କର ଡେଲିଭରି ଘରେ ହୋଇଥାଏ ତେଣୁ ସେମାନେ ଖୁବ ପରେ ନିଜର ଆଇଡି ପ୍ରସ୍ତୁତ କରନ୍ତି । ଯେଉଁ ସମୟରେ ସରକାରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସେଠିକାର ସରକାର ଏଭଳି ବ୍ୟବସ୍ଥା କରିଥିବା ଜଣା ପଡିଛି । ଏଠାରେ ୪୦ ପ୍ରତିଶତ ଲୋକଙ୍କର ଜନ୍ମଦିନ ୧ ଜୁଲାଇ କିମ୍ବା ୧ ଜାନୁଆରୀ ହେଉଥିବା ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ଲୋକମାନେ ନିଜ ଜନ୍ମଦିନ ଭୁଲ ତାରିଖରେ ପାଳନ କରିଥାଆନ୍ତି ।

Read More ବଲ୍ଡିବିଲ୍ଡର ରେସ୍ତୋରାଁ

Tags: