ପକ୍ଷୀ କରନ୍ତି ଆତ୍ମହତ୍ୟା

ପକ୍ଷୀ କରନ୍ତି ଆତ୍ମହତ୍ୟା
Ipsita Picture
By: Ipsita
Published On

 

ଭାରତର ଆସାମର ଜତିଙ୍ଗା ଗାଁ ଏକ ରହସ୍ୟମୟ କାରଣରୁ ଚର୍ଚ୍ଚାରେ ରହିଥାଏ । ଏହି ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ପକ୍ଷୀମାନେ ଆତ୍ମହତ୍ୟା କରୁଥିବା ଭଳି ଘଟଣା ଦେଖିବାକୁ ମିଳିଥାଏ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ସନ୍ଧ୍ୟା ୭ଟାରୁ ରାତି ୧୦:୩୦ ମଧ୍ୟରେ ଯେତେବେଳେ ପ୍ରବଳ ପବନ, କୁହୁଡ଼ି ଓ ଆଲୋକର ଏକ ସମନ୍ୱୟ ଘଟେ, ସେତେବେଳେ ପ୍ରାୟ ୪୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀ ଅଚାନକ ଆଲୋକ ଆଡ଼କୁ ଟାଣି ହୋଇ ଯାଆନ୍ତି । ବୈଜ୍ଞାନିକମାନଙ୍କ ମତରେ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ପ୍ରାକୃତିକ ଦୁର୍ଘଟଣା, କାରଣ ପ୍ରବଳ ବର୍ଷା ଯୋଗୁଁ ପକ୍ଷୀମାନଙ୍କ ଡେଣା ଓଦା ହୋଇଯାଏ ଏବଂ ଘନ କୁହୁଡ଼ି ଓ ଅନ୍ଧାର ଯୋଗୁଁ ସେମାନେ ଦିଗ ହରାଇ ବସନ୍ତି । ଆଲୋକ ଦେଖି ସେହି ଦିଗକୁ ଉଡ଼ିବା ସମୟରେ ବାଟରେ ଥିବା ବାଉଁଶ ଜଙ୍ଗଲ ଓ ଗଛଗୁଡ଼ିକ ସହ ପିଟିହୋଇ ସେମାନେ ତଳେ ପଡ଼ିଯାଆନ୍ତି, ଯାହାଫଳରେ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଥାଏ । ଏହି ମୃତ୍ୟୁକୁ ଲୋକମାନେ ପକ୍ଷୀଙ୍କର ଆତ୍ମହତ୍ୟାର ଆଖ୍ୟା ଦେଇଥାଆନ୍ତି ।

 

Tags: