ବାୟୋମେଟ୍ରିକ୍ ଗନ୍
ଅଜାଣତରେ ଗନ୍ ଫାୟାରିଂକୁ ରୋକିବା ପାଇଁ ସ୍ମାର୍ଟ ଗନ୍ ପ୍ରସ୍ତୁତ କରାଯାଇଛି । ଆମେରିକୀୟ କମ୍ପାନୀ ବାୟୋଫାୟାର୍ ଏହି ସ୍ମାର୍ଟ ଗନ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଫେସ୍ ରିକଗ୍ନେସନ୍ ଫିଚର୍ ଏବଂ ଫିଙ୍ଗରପ୍ରିଣ୍ଟ ସେନ୍ସର ଲଗାଯାଇଛି । ଏହି ଗନ୍ ସାହାଯ୍ୟରେ ଲୋକେ ସୁରକ୍ଷିତ ଏବଂ ଅଚିନ୍ତା ଅନୁଭବ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି । ଆମେରିକାରେ ଗତ କିଛିବର୍ଷ ମଧ୍ୟରେ ଏଭଳି ମାମଲା ସାମନାକୁ ଆସିଛି, ଯେଉଁଥିରେ ଛୋଟ ପିଲା କିମ୍ବା କୌଣସି ବ୍ୟକ୍ତି […]
ଅଜାଣତରେ ଗନ୍ ଫାୟାରିଂକୁ ରୋକିବା ପାଇଁ ସ୍ମାର୍ଟ ଗନ୍ ପ୍ରସ୍ତୁତ କରାଯାଇଛି । ଆମେରିକୀୟ କମ୍ପାନୀ ବାୟୋଫାୟାର୍ ଏହି ସ୍ମାର୍ଟ ଗନ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଫେସ୍ ରିକଗ୍ନେସନ୍ ଫିଚର୍ ଏବଂ ଫିଙ୍ଗରପ୍ରିଣ୍ଟ ସେନ୍ସର ଲଗାଯାଇଛି । ଏହି ଗନ୍ ସାହାଯ୍ୟରେ ଲୋକେ ସୁରକ୍ଷିତ ଏବଂ ଅଚିନ୍ତା ଅନୁଭବ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି । ଆମେରିକାରେ ଗତ କିଛିବର୍ଷ ମଧ୍ୟରେ ଏଭଳି ମାମଲା ସାମନାକୁ ଆସିଛି, ଯେଉଁଥିରେ ଛୋଟ ପିଲା କିମ୍ବା କୌଣସି ବ୍ୟକ୍ତି ଅଜାଣତରେ ଗନ୍ ଫାୟାର୍ କରିଛନ୍ତି । ମାତ୍ର ଏହି ନୂତନ ସ୍ମାର୍ଟ ଗନ୍ରେ ଏଭଳି ଘଟଣା ଘଟିବ ନାହିଁ । ୯ଏମ୍ଏମ୍ର ଏହି ସ୍ମାର୍ଟ ହ୍ୟାଣ୍ଡ୍ଗନ୍ ୨୦୨୪ରେ ଆମେରିକାନ୍ ମାର୍କେଟ୍ରେ ୨୩ ହଜାର ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଏହି ସ୍ମାର୍ଟ ଗନ୍ ଅନ୍ଲକ୍ ହେବା ପୂର୍ବରୁ ଦୁଇଟି ଭିନ୍ନ ବାଇମେଟ୍ରିକ୍ ଆଇଡି ସ୍କାନ୍ କରିବ । ପ୍ରଥମଟି ଅପଫିକାଲ୍ ଫିଙ୍ଗରପ୍ରିଣ୍ଟ ଏବଂ ଦ୍ୱିତୀୟଟି ଥ୍ରୀଡି ଇନ୍ଫ୍ରାରେଡ୍ ଫେସିଆଲ୍ ରିକଗ୍ନେସନ୍ । ଫାୟାରିଂ କରିବା ପୂର୍ବରୁ ଫିଙ୍ଗରପ୍ରିଣ୍ଟ ସ୍କାନର ଆଙ୍ଗୁଠିକୁ ସ୍କାନ୍ କରିବ । ଟ୍ରିଗର୍ରେ ମଧ୍ୟ ସ୍କାନର୍ ଲାଗିଛି । ଏହାସହ ଫେସ୍ ରିକଗ୍ନେସନ୍ ସିଷ୍ଟମ୍ ଦ୍ୱାରା ଏହା ମୁହଁକୁ ସ୍କାନ୍ କରି ଫାୟାରିଂ ପାଇଁ ଅନୁମତି ଦେବ । ଏ କ୍ଷେତ୍ରରେ କେବଳ ଗନ୍ର ମାଲିକ ହିଁ ଏହାକୁ ବ୍ୟବହାର କରିପାରିବେ । କୌଣସି ଅଜଣା ଲୋକ ଏହି ଗନ୍କୁ ଚଳାଇପାରିବେ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।




