ଜାରି ରହିଛି ଜୈବିକ ପରିବର୍ତ୍ତନ

ଜାରି ରହିଛି ଜୈବିକ ପରିବର୍ତ୍ତନ
Ipsita Picture
By: Ipsita
Published On

 

ବିଜ୍ଞାନ ଜଗତରେ ଏପର୍ଯ୍ୟନ୍ତ ଏହା ବିଶ୍ୱାସ କରାଯାଉଥିଲା କି ଗତ ୧୦ ହଜାର ବର୍ଷ ମଧ୍ୟରେ ମାନବ ଶରୀରରେ କୌଣସି ଜୈବିକ ପରିବର୍ତ୍ତନ ହୋଇନାହିଁ । ମାତ୍ର 'ଜର୍ନାଲ ନେଚର'ରେ ପ୍ରକାଶିତ ହାର୍ଭାର୍ଡ ମେଡିକାଲ ସ୍କୁଲର ଏକ ବିଶାଳ ଅଧ୍ୟୟନ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ବୈଜ୍ଞାନିକମାନେ ପ୍ରାୟ ୧୫,୮୩୬ ପ୍ରାଚୀନ ମାନବ ଅବଶେଷର ଡିଏନଏ  ପରୀକ୍ଷା କରି ପ୍ରମାଣ କରିଛନ୍ତି ଯେ ମାନବ ଶରୀରର 'ସଫ୍ଟୱେୟାର' ଆଜି ବି ଅପଡେଟ୍ ହେଉଛି । ଗତ ୧୦ ହଜାର ବର୍ଷ ମଧ୍ୟରେ ପ୍ରକୃତି ଅତିକମରେ ୪୭୯ଟି ଜିନ୍ ଭାରିଆଣ୍ଟକୁ ପ୍ରୋତ୍ସାହିତ କରିଛି। ଏହି ଗବେଷଣାରୁ ଜଣାପଡ଼ିଛି ଯେ ସିଲିଆକ୍ ରୋଗ ସହ ଜଡ଼ିତ ମ୍ୟୁଟେସନ୍ ମାତ୍ର ୪ ହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଛି । ସେହିଭଳି ୟୁରୋପରେ 'ଟାଇପ୍ ବି' ବ୍ଲଡ୍ ଗ୍ରୁପ୍ ଏବଂ ବୟସ୍କମାନଙ୍କ ମଧ୍ୟରେ କ୍ଷୀର ହଜମ କରିବାର କ୍ଷମତା ଭଳି ଆନୁବଂଶିକ ପରିବର୍ତ୍ତନ ପରବର୍ତ୍ତୀ ସମୟରେ ବିକଶିତ ହୋଇଛି। ବୈଜ୍ଞାନିକଙ୍କ ଅନୁସାରେ, ଆମର ସାଂସ୍କୃତିକ ଓ ବୈଷୟିକ ପ୍ରଗତି ଆମର ଜୈବିକ ବିକାଶକୁ ଅଟକାଇ ନାହିଁ, ବରଂ ଏହାକୁ ନୂତନ ଦିଗ ପ୍ରଦାନ କରିଛି । ରିପୋର୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: