ବାୟୋ-ବସ

ବାୟୋ-ବସ
Ipsita Picture
By: Ipsita
Published On

 

ବ୍ରିଟେନର ବ୍ରିଷ୍ଟଲ୍ ସହରରେ ଜିଇନେକୋକମ୍ପାନୀ ପକ୍ଷରୁ ଏକ ଅଭିନବ ବସ୍ ଚଲାଯାଇଛି, ଯାହା ଡିଜେଲ କିମ୍ବା ବିଦ୍ୟୁତ ଶକ୍ତିରେ ନୁହେଁ, ବରଂ ମଣିଷର ମଳରୁ ପ୍ରସ୍ତୁତ ଗ୍ୟାସରେ ଚାଲୁଛି । ବାୟୋ-ବସ୍ନାମରେ ନାମିତ ଏହି ବିଶେଷ ବସ୍ରେ ବ୍ୟବହୃତ ଗ୍ୟାସକୁ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ବାହାର କରାଯାଉଛି । ମଣିଷର ମଳ ଏବଂ ନଷ୍ଟ ହୋଇଯାଇଥିବା ଖାଦ୍ୟ ସାମଗ୍ରୀକୁ ପଚାଇ ଏହି ବାୟୋମିଥେନ୍ ଗ୍ୟାସପ୍ରସ୍ତୁତ କରାଯାଉଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ସାଧାରଣ ଡିଜେଲ ବସ୍ ତୁଳନାରେ ଏହି ବାୟୋ-ବସ୍ ବହୁତ କମ୍ ପ୍ରଦୂଷଣ କରିଥାଏ, ଯେଉଁଥିରୁ ନାଇଟ୍ରୋଜେନ୍ ଅକ୍ସାଇଡ୍ ପ୍ରାୟ ୮୦ ପ୍ରତିଶତ କମ୍ ନିର୍ଗତ ହେବା ସହ କାର୍ବନ ଡାଇଅକ୍ସାଇଡ୍  ନିର୍ଗମନ ମଧ୍ୟ ୨୦ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । କମ୍ପାନୀର ଦାବି ଅନୁଯାୟୀ, ସେମାନଙ୍କ ସ୍ୱେରେଜ୍ ପ୍ଲାଣ୍ଟରୁ ଏତେ ପରିମାଣର ବାୟୋମିଥେନ୍ ଗ୍ୟାସ ଉତ୍ପନ୍ନ ହେଉଛି ଯେ, ଏହାଦ୍ୱାରା ପ୍ରାୟ ୮୩୦୦ ଘରକୁ ଗ୍ୟାସ ଯୋଗାଣ କରାଯାଇପାରିବ । ତେବେ ଏହି ବ୍ୟବସ୍ଥାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ, ବର୍ତ୍ତମାନ ବସ୍ଗୁଡ଼ିକରେ ଗ୍ୟାସ୍ ଭରିବା ପାଇଁ ସହରଠାରୁ ବହୁ ଦୂରରେ ଥିବା ସ୍ୱେରେଜ୍ ପ୍ଲାଣ୍ଟକୁ ଯିବାକୁ ପଡ଼ୁଛି, ଯେଉଁ କାରଣରୁ ଏହି ବାୟୋ-ବସ୍ ଚଲାଇବା ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ବ୍ୟୟବହୁଳ ବା ମହଙ୍ଗା ସାବ୍ୟସ୍ତ ହେଉଛି ।

Tags: