ଭାରତରେ ବିଜୟ ଦିବସ

ଭାରତରେ ବିଜୟ ଦିବସ
Ipsita Picture
By: Ipsita
Published On


ପ୍ରତିବର୍ଷ ଡିସେମ୍ବର ୧୬କୁ ଭାରତରେ ପାଳନ ହୋଇଥାଏ ବିଜୟ ଦିବସ । ଯାହା ୧୯୭୧ରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତର ଐତିହାସିକ ବିଜୟକୁ ଦର୍ଶାଇଥାଏ । ସେହି ଯୁଦ୍ଧରେ ଭାରତୀୟ ସେନାର ସହିଦ ହୋଇଥିବା ଯୋଦ୍ଧାଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଇଥାଏ । ୧୯୭୧ ଡିସେମ୍ବର ୩ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୧୩ ଦିନ ଧରି ଚାଲିଥିଲା । ଯେଉଁଥିରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ହୋଇଥିଲା । ଏହାକୁ ଭାରତର ଯୁଦ୍ଧ ଇତିହାସରେ ଏକ ଐତିହାସିକ ବିଜୟ ଭାବେ ଗଣା ଯାଇଥାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସହିଦ ସୈନିକମାନଙ୍କୁ ସମ୍ମାନ ଜଣାଇବା ସହିତ ସ୍ମୃତି ଚାରଣ କରାଯାଇଥାଏ ।

Tags: