୬୦୦ ଟନ୍‌ର ଆଳୁ ହୋଟେଲ

ଆମେରିକା: ନିକଟରେ ଏକ ନିଆରା ହୋଟେଲର ଫଟୋ ଭାଇରାଲ ହେବାରେ ଲାଗିଛି । ଆମେରିକାରେ ଏକ ଆଳୁ ତିଆରି ହୋଇଛି, ଯାହାର ଓଜନ ୬୦୦ କିଲୋଗ୍ରାମ ରହିଛି । ହେଲେ ଏହା ଖାଇବା ପାଇଁ ପ୍ରଯୁଜ୍ୟ ନୁହେଁ । ଏହା ଭିତରେ ଏକ ସୁନ୍ଦର ଦୁନିଆ ରହିଛି । ରିପୋର୍ଟ ଅନୁଯାୟୀ ଏହା ଏକ ବିଳାସପୂର୍ଣ୍ଣ ହୋଟେଲ ଯାହାର ବାହ୍ୟ ଆକୃତି ଠିକ୍‌ ଆଳୁ ପରି ଦେଖାଯାଉଛି । ଏହି ହୋଟେଲଟି ଆମେରିକାର ଇଦାହୋ ରାଜ୍ୟରେ ନିର୍ମିତ […]

Samaya Live Picture
Published On

ଆମେରିକା: ନିକଟରେ ଏକ ନିଆରା ହୋଟେଲର ଫଟୋ ଭାଇରାଲ ହେବାରେ ଲାଗିଛି । ଆମେରିକାରେ ଏକ ଆଳୁ ତିଆରି ହୋଇଛି, ଯାହାର ଓଜନ ୬୦୦ କିଲୋଗ୍ରାମ ରହିଛି । ହେଲେ ଏହା ଖାଇବା ପାଇଁ ପ୍ରଯୁଜ୍ୟ ନୁହେଁ । ଏହା ଭିତରେ ଏକ ସୁନ୍ଦର ଦୁନିଆ ରହିଛି । ରିପୋର୍ଟ ଅନୁଯାୟୀ ଏହା ଏକ ବିଳାସପୂର୍ଣ୍ଣ ହୋଟେଲ ଯାହାର ବାହ୍ୟ ଆକୃତି ଠିକ୍‌ ଆଳୁ ପରି ଦେଖାଯାଉଛି ।
୬୦୦ ଟନ୍‌ର ଆଳୁ ହୋଟେଲ

ଏହି ହୋଟେଲଟି ଆମେରିକାର ଇଦାହୋ ରାଜ୍ୟରେ ନିର୍ମିତ ହୋଇଛି । ଆଳୁ ଆକୃତିର ହୋଟେଲ ଭିତରକୁ ପ୍ରବେଶ କରିବା ମାତ୍ରେ ଫାଇଭ୍‌ ଷ୍ଟାର ହୋଟେଲ ପରି ଅନୁଭବ କରାଇବ । ଏଠାରେ ଗୋଟିଏ ଦିନର ଭଡ଼ା ୧୮ ହଜାର ଟଙ୍କା ରହିଛି ।
୬୦୦ ଟନ୍‌ର ଆଳୁ ହୋଟେଲ

ଏବେ ଏହି ହୋଟେଲର କିଛି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି, ଯାହାକୁ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଧଳା ରଙ୍ଗରେ ସଜିତ ହୋଟେଲକୁ ସମସ୍ତେ ପସନ୍ଦ କରୁଛନ୍ତି । ୬୦୦ଟନ୍‌ ଏହି ଆଳୁ ହୋଟେଲ ଭିତରେ ସମସ୍ତ ପ୍ରକାର ସୁବିଧା ରହିଛି, ଯେଉଁଥିରେ ଆପଣ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
୬୦୦ ଟନ୍‌ର ଆଳୁ ହୋଟେଲ

ଏକ ବାଥରୁମ୍‌ ଏବଂ ରୋଷେଇ ଘର ରହିଛି । ଏହାର ଇଣ୍ଟେରିୟର ଡିଜାଇନ ଖୁବ ଆକର୍ଷଣୀୟ ହୋଇଛି । ତେବେ ଏହାକୁ ନିର୍ମାଣ କରିବା ପଛରେ ଏକ କାରଣ ରହିଛି । ଆମେରିକାର ଇଦାହୋ ରାଜ୍ୟ ଆଳୁ ଚିପ୍‌ସ ପ୍ରସ୍ତୁତ କରିବାରେ ପ୍ରସିଦ୍ଧ ଲାଭ କରିଛି ।
୬୦୦ ଟନ୍‌ର ଆଳୁ ହୋଟେଲ
ଏହି କାରଣରୁ ଆଳୁ ପରି ହୋଟେଲ ଏଠାରେ ନିର୍ମାଣ କରାଯାଇଛି, ଯାହା ରାଜ୍ୟର ପରିଚୟ ଦେବାରେ ସହାୟକ ହୋଇଥାଏ । ଏହି ହୋଟେଲରେ ଏକସାଙ୍ଗେ ମାତ୍ର ୨ ଜଣ ଲୋକ ହିଁ ରହିପାରିବେ ।