୨୮ ଲକ୍ଷର ସାଇକେଲ

୨୮ ଲକ୍ଷର ସାଇକେଲ
Ipsita Picture
By: Ipsita
Published On

 

ବିଶ୍ୱର ପ୍ରସିଦ୍ଧ ବିଳାସପୂର୍ଣ୍ଣ କାର୍ ନିର୍ମାତା କମ୍ପାନୀ 'ବୁଗାଟି' ବଜାରକୁ ଏକ ସ୍ୱତନ୍ତ୍ର ସାଇକେଲ ଆଣି ସମସ୍ତଙ୍କୁ ଚକିତ କରିଦେଇଛି, ଯାହାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ରଖାଯାଇଛି । 'ବୁଗାଟି ଫ୍ୟାକ୍ଟର ଓ୍ୱାନ୍' ନାମକ ଏହି ସାଇକେଲଟି ଏକ ଲିମିଟେଡ୍ ଏଡିସନ ଅଟେ, ଯାହାର ମାତ୍ର ୨୫୦ଟି ୟୁନିଟ୍ ବିକ୍ରି କରାଯିବ। ଏହି ସାଇକେଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ନିର୍ମାଣ ଶୈଳୀ, ଏହାକୁ ସୁପରକାର୍ ଭଳି ଉଚ୍ଚକୋଟୀର ଇଞ୍ଜିନିୟରିଂ କୌଶଳରେ ତିଆରି କରାଯାଇଛି । ସାଇକେଲଟିକୁ ଅତ୍ୟନ୍ତ ହାଲୁକା ରଖିବା ପାଇଁ ଏଥିରେ 'କାର୍ବନ ଫାଇବର ବଡ଼ି' ବ୍ୟବହାର କରାଯାଇଥିବା ବେଳେ ବାୟୁର ପ୍ରଭାବ ବା ଏୟାର୍ ରେଜିଷ୍ଟାନ୍ସ କମ୍ କରିବା ପାଇଁ ଏହାର ଡିଜାଇନ୍ 'ଏୟାରୋଡାଇନାମିକ' ରଖାଯାଇଛି ।  ମୁଖ୍ୟତଃ ବିଳାସପୂର୍ଣ୍ଣ ଜୀବନଶୈଳୀ ଅତିବାହିତ କରୁଥିବା ବ୍ୟକ୍ତି ଏବଂ ସୁପରକାର୍ ମାଲିକମାନଙ୍କୁ ଦୃଷ୍ଟିରେ ରଖି ଏହି କଲେକ୍ସନ ଆଇଟମଟି ପ୍ରସ୍ତୁତ କରାଯାଇଛି, ଯାହା ସାଇକେଲ ଚାଳନାକୁ ଏକ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି । ସୋସିଆଲ ମିଡିଆରେ ମଧ୍ୟ ଏହି ସାଇକେଲଟି ଖୁବ ଭାଇରାଲ ହେବାରେ ଲାଗିଛି ।

Tags: