ରଫିଙ୍କ ସହ ୫୦୦ ଟଙ୍କାର ବାଜି

ରଫିଙ୍କ ସହ ୫୦୦ ଟଙ୍କାର ବାଜି
Ipsita Picture
By: Ipsita
Published On

 

ଅନେକ ସମୟରେ ବିଭିନ୍ନ ସାକ୍ଷାତକାରରେ ଆଶାଜୀ ନିଜ ଜୀବନର ଅନେକ ମଜାଳିଆ କଥା ସମସ୍ତଙ୍କ ସହ ବାଣ୍ଟିଥାଆନ୍ତି । ସେହିଭଳି ଏକ ଘଟଣା ହେଲା  'ଆଜା ଆଜା ମୈ ହୁଁ ପ୍ୟାର୍ ତେରା' ଗୀତକୁ ନେଇ ସେ ମହମ୍ମଦ ରଫିଙ୍କ ସହ ୫୦୦ ଟଙ୍କାର ବାଜି ଲଗାଇଥିଲେ । ସେମାନଙ୍କ ମଧ୍ୟରୁ କିଏ ଏହି ଗୀତକୁ ଅଧିକ ଭଲ ଭାବେ ଗାଇବ, ତାହାକୁ ନେଇ ଏହି ସର୍ତ୍ତ ରହିଥିଲା । ଶେଷରେ ଆଶାଜୀ ଏହି ବାଜି ଜିତିଥିଲେ ଏବଂ ୫୦୦ ଟଙ୍କା ବାଜି ମାରିଥିଲେ । ଏହି ଗୀତର ରିହର୍ସଲକୁ ନେଇ ସେ ଆଉ ଏକ ରୋଚକ କଥା ମଧ୍ୟ କହିଥିଲେ; ସେ ଗୀତର ଏକ ନିର୍ଦ୍ଦିଷ୍ଟ ଅଂଶ ଅ-ଅ-ଅ ଆଜାର ଅଭ୍ୟାସ ଏତେ ଜୋରସୋରରେ କରୁଥିଲେ ଯେ ତାଙ୍କ ଡ୍ରାଇଭରଙ୍କୁ ଲାଗିଥିଲା କି ବୋଧହୁଏ ଆଶାଜୀଙ୍କର ନିଶ୍ୱାସ ନେବାରେ କୌଣସି ଅସୁବିଧା ହେଉଛି । ଏଭଳି ତାଙ୍କର ଅନେକ ମଜାଳିଆ କଥା ଦର୍ଶକଙ୍କୁ ସବୁବେଳେ ହସାଇଥାଏ ।

Tags: