ଡଲ୍‌ରେ ଘର ସଜା

କର୍ଣ୍ଣାଟକ: ଆରମ୍ଭ ହୋଇଛି ମା ଦୁର୍ଗାଙ୍କର ନବରାତ୍ରୀ ପୂଜା । ସମସ୍ତେ ନିଜନିଜର ସ୍ୱତନ୍ତ୍ର ଢଙ୍ଗରେ ମାଙ୍କୁ ଆରାଧନା କରିବାରେ ଲାଗିଛନ୍ତି । ବିଭିନ୍ନ ଉପାୟରେ ଘରକୁ ସଜାଉଛନ୍ତି । ଏହା ମଧ୍ୟରେ କର୍ଣ୍ଣାଟକର ଏକ ଘର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘରଟି ନିଜର ସାଜସଜ୍ଜା ପାଇଁ ଭାଇରାଲ ହେଉଛି । କର୍ଣ୍ଣାଟକର ଜଣେ ମହିଳା ନିଜ ଘରକୁ ୧୦ହଜାର ଦଶହରା ଡଲ୍‌ରେ ସଜାଇଛନ୍ତି । କର୍ଣ୍ଣାଟକର ଏହା ବେଶ୍‌ ପୂରାତନ ପରମ୍ପରା […]

Samaya Live Picture
Published On

କର୍ଣ୍ଣାଟକ: ଆରମ୍ଭ ହୋଇଛି ମା ଦୁର୍ଗାଙ୍କର ନବରାତ୍ରୀ ପୂଜା । ସମସ୍ତେ ନିଜନିଜର ସ୍ୱତନ୍ତ୍ର ଢଙ୍ଗରେ ମାଙ୍କୁ ଆରାଧନା କରିବାରେ ଲାଗିଛନ୍ତି । ବିଭିନ୍ନ ଉପାୟରେ ଘରକୁ ସଜାଉଛନ୍ତି । ଏହା ମଧ୍ୟରେ କର୍ଣ୍ଣାଟକର ଏକ ଘର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘରଟି ନିଜର ସାଜସଜ୍ଜା ପାଇଁ ଭାଇରାଲ ହେଉଛି । କର୍ଣ୍ଣାଟକର ଜଣେ ମହିଳା ନିଜ ଘରକୁ ୧୦ହଜାର ଦଶହରା ଡଲ୍‌ରେ ସଜାଇଛନ୍ତି । କର୍ଣ୍ଣାଟକର ଏହା ବେଶ୍‌ ପୂରାତନ ପରମ୍ପରା । ଦଶହରା ପୂଜା ଆରମ୍ଭ ହେବାପରେ, ଏଠାରେ ସମସ୍ତେ ନିଜନିଜର ଘରକୁ ଦଶହରା ଡଲ୍‌ରେ ସଜାଇବା ଆରମ୍ଭ କରନ୍ତି । ମହିଳା ଜଣଙ୍କ ବିଭିନ୍ନ ପ୍ରକାରର ଡଲ୍‌ ବ୍ୟବହାର କରି ଘରକୁ ସଜାଇଛନ୍ତି । ଏଥିରେ ଅନେକ ପୂରାତନ ଡଲ୍‌ ମଧ୍ୟ ରହିଛନ୍ତି, ଯାହା ୧୦୦ ବର୍ଷ ପୁରୁଣା । ତେବେ ଏହି ମହିଳାଙ୍କ ପାଖରେ ପାଖାପାଖି ୫୦ହଜାର କେ„ଇ ଅଛି । ଚଳିତ ଥର ସେ ସେଥିରୁ ୧୦,୦୦୦ ଡଲ୍‌କୁ ବ୍ୟବହାର କରିଛନ୍ତି । ଏହି ପ୍ରଥାକୁ ସୋସିଆଲ ମିଡିଆରେ ବେଶ୍‌ ପ୍ରଂଶସା କରାଯାଉଛି । ଏହି ପ୍ରଥା ଦ୍ୱାରା ଆଜିକାଲିର ପିଢି ସହ ଆଗାମୀ ପିଢି ମଧ୍ୟ ପୂରାତନ ସଂସ୍କୃତି ବିଷୟରେ ବେଶି ଜାଣିପାରିବେ ।