ବିୟୁଟି ରିଭୋଲ୍ୟୁସନ
ଫ୍ୟାଶନ କହିଲେ ଆମ ଭିତରର ସୁନ୍ଦରତାକୁ ବୁଝାଇଥାଏ । ହେଲେ ବର୍ତ୍ତମାନ ବାହାରର ସୁନ୍ଦରତାର ଗୁରୁତ୍ୱ ବଢିଛି । ନିଜକୁ ସଜାଇବା ପାଇଁ ଯୁବପିଢିମାନେ ଅନେକ କସ୍ମେଟିକ ବ୍ୟବହାର କରୁଛନ୍ତି । ତେବେ କେଉଁ ମୁହଁକୁ କେଉଁ କସମେଟିକ ସୁଟ୍ କରିବ ତାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥାଏ । ମାତ୍ର ବର୍ତ୍ତମାନ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏହାର ସମାଧାନ ବାହାରିଛି । ଆମେ ସବୁବେଳେ ଚାହିଁଥାଉ ଆମେ ଯାହା ପ୍ରସାଧାନ ସାମଗ୍ରୀ ବ୍ୟବହାର […]
ଫ୍ୟାଶନ କହିଲେ ଆମ ଭିତରର ସୁନ୍ଦରତାକୁ ବୁଝାଇଥାଏ । ହେଲେ ବର୍ତ୍ତମାନ ବାହାରର ସୁନ୍ଦରତାର ଗୁରୁତ୍ୱ ବଢିଛି । ନିଜକୁ ସଜାଇବା ପାଇଁ ଯୁବପିଢିମାନେ ଅନେକ କସ୍ମେଟିକ ବ୍ୟବହାର କରୁଛନ୍ତି । ତେବେ କେଉଁ ମୁହଁକୁ କେଉଁ କସମେଟିକ ସୁଟ୍ କରିବ ତାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥାଏ । ମାତ୍ର ବର୍ତ୍ତମାନ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏହାର ସମାଧାନ ବାହାରିଛି ।
ଆମେ ସବୁବେଳେ ଚାହିଁଥାଉ ଆମେ ଯାହା ପ୍ରସାଧାନ ସାମଗ୍ରୀ ବ୍ୟବହାର କରୁଛୁ ତାହା ଆମ ମୁହଁକୁ ମାନୁ, ଯାହା ଫଳରେ ଆମେ ସୁନ୍ଦର ଦେଖାଯିବା । ହେଲେ ଅନେକ ସମୟରେ ଏଭଳି ଦେଖିବାକୁ ମିଳିଥାଏ, ଆମେ ଅଜାଣତରେ ଭୁଲ କସମେଟିକ ବ୍ୟବହାର କରିଦେଉ, ଯାହା ଆମକୁ ଅସୁନ୍ଦର କରିଦେଇଥାଏ । ଦେଖିବା ଲୋକର ଆଖିକୁ ଏହା ଅଡୁଆ ଲାଗିଥାଏ । ମାତ୍ର ବର୍ତ୍ତମାନ ପରଠାରୁ ଏଭଳି ହେବନାହିଁ । କାରଣ ବୈଜ୍ଞାନିକମାନେ ଏଆଇକୁ ବ୍ୟବହାର କରି ଏଭଳି କିଛି ପ୍ରକ୍ରିୟାର ଉଦ୍ଭାବନ କରିଛନ୍ତି, ଯାହା ଆମ ମୁହଁ ହିସାବରେ ଆମକୁ କସମେଟିକ ବ୍ୟବହାର ଶିଖାଇବ ବୋଲି ଜଣାପଡିଛି । ଆସନ୍ତୁ ଜାଣିବା ଏଭଳି କିଛି ପ୍ରକ୍ରିୟା ବିଷୟରେ I
ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି (ଏଆଇ)

ଏଆଇର ବ୍ୟବହାର ଆଜିକାଲି ସବୁ କ୍ଷେତ୍ରରେ ହେଉଛି । ବର୍ତ୍ତମାନ ଏକ ନୂଆ କ୍ଷେତ୍ରରେ ଏହାର ବ୍ୟବହାର ବଢିବାରେ ଲାଗିଛି । ବିୟୁଟି କ୍ଷେତ୍ରରେ ଏଆଇର ବ୍ୟବହାର ଏକ ପ୍ରକାରର ରିଭୋଲେସନ୍ ଆଣିଛି । ଏହି ଟେକନିକ୍ ଦ୍ୱାରା ଆମେ ଆମର ସ୍କିନକୁ ଆନାଲାଇଜ୍ କରିବା ସହ ଆମ ସ୍କିନ୍ ପାଇଁ କେଉଁ ପ୍ରଡକଫ ଭଲ ତାହା ଜାଣିପାରିବା । ଏହାସହ ସ୍କିନ କେୟାର ଏକ୍ସପର୍ଟଙ୍କ ପରାମର୍ଶ ଅନୁସାରେ ଆମେ ଆମର ସ୍କିନ ସହିତ କେଶର ମଧ୍ୟ ଆନାଲାଇଜ୍ କରିପାରିବା । ଏହି ଗ୍ୟାଜେଟ୍ ମେସିନ୍ ଲର୍ଣ୍ଣିଂ ଆଲଗୋରିଦିମର ବ୍ୟବହାର କରି ଆମ ସ୍କିନ ଏବଂ କେଶରେ ଥିବା ସ୍ୱତନ୍ତ୍ରତାକୁ ବୁଝିବା ସହିତ ଆମକୁ ପରାମର୍ଶ ଦେବ । ତେଣୁ କେବଳ ନିଜର ଅନ୍ଦାଜ ଉପରେ ଭରସା ନକରି ବର୍ତ୍ତମାନ ଏହି ଉପକରଣର ବ୍ୟବହାର କରି ଆପଣମାନେ ନିଜର ଅନେକ ସମସ୍ୟାର ସମାଧାନ କରିପାରିବେ । ଆପଣଙ୍କୁ ଯେ କୌଣସି ପ୍ରଡକ୍ଟ ସମ୍ବନ୍ଧରେ ଏହା ସାହାଯ୍ୟ କରିପାରିବ । ଯଦି ଆପଣଙ୍କୁ ଆପଣଙ୍କ ମୁହଁ ଅନୁସାରେ ଫାଉଣ୍ଡେସନ୍ ଦରକାର ତେବେ ଏଆଇ ଦ୍ୱାରା ପରିଚାଳିତ ଥ୍ରିଡି ପ୍ରିଣ୍ଟର ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ । ସେହିଭଳି ଆପଣ ଯଦି ଗୋଟିଏ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରି କରି କିଛି ଫଳ ପାଉ ନାହାନ୍ତି, ତେବେ ଆଲଗୋରିଦିମ୍ ଆପଣଙ୍କ ସ୍କିନକୁ ଆନାଲାଇଜ୍ କରିବା ସହ ଆପଣଙ୍କ ସ୍କିନ୍ର ଦରକାର ହିସାବରେ ବିୟୁଟି ପ୍ରଡକ୍ଟର ପରାମର୍ଶ ଦେବ । ଏହା ବିୟୁଟି ଲଭରଙ୍କ ପାଇଁ ଏକ ଭଲ ପଦକ୍ଷେପ ।
ଅଗ୍ମେଣ୍ଟେଡ ରିଆଲିଟି

ଏଆଇ ଭଳି ଅଗ୍ମେଣ୍ଟେଡ ରିଆଲିଟି ହେଲା ଆଉ ଏକ ପ୍ରକ୍ରିୟା ଯାହା ଆମକୁ ପ୍ରଡକ୍ଟ ବାଛିବାରେ ସାହାଯ୍ୟ କରିବ । ବେଳେବେଳେ ଆମକୁ ଲିପଷ୍ଟିକ ବାଛିବାରେ ଅନେକ ଅସୁବିଧା ହୋଇଥାଏ । କାରଣ ଆମେ ଜାଣିପାରିନଥାଉ କି ଆମ ଓଠକୁ କେଉଁ ରଙ୍ଗର ଲିପଷ୍ଟିକ ଭଲ ଦେଖାଯିବ । ତେବେ ଏହି ସବୁ କ୍ଷେତ୍ରରେ ଅଗ୍ମେଣ୍ଟେଡ ରିଆଲିଟି ବା ଏଆର୍ ଆମର ଅନେକ ସାହାଯ୍ୟ କରିବ । ଏଆର୍ ଦ୍ୱାରା ପରିଚାଳିତ ମିରର୍ ଏବଂ ସ୍କ୍ରିନ୍ ଜରିଆରେ ଆମେ ଏସବୁ ସମସ୍ୟାର ସରଳ ସମାଧାନ କରିପାରିବା । ଆମ ମୁହଁକୁ କେଉଁ ମେକଅପ ମାନିବ, ତାହା ଆମେ ଏହି ମିରର ଓ ସ୍କ୍ରିନ ସାହାଯ୍ୟରେ ଦେଖିପାରିବା । ମେକଅପ ପରେ ଆମେ ରିଅଲ୍ରେ କିଭଳି ଦେଖାଯିବା ତାହା ଏହି ମିରର୍ ଆମକୁ ଜଣାଇବ, ଯାହାଫଳରେ ଆମେ ନିଜ ପାଇଁ ସଠିକ ମେକଅପ୍ ବାଛି ପାରିବା ।
ଡିଏନ୍ଏ

ବର୍ତ୍ତମାନ ବିଜ୍ଞାନର ଅନେକ ଅଗ୍ରଗତି ହୋଇଛି । ତେଣୁ ବିଭିନ୍ନ କ୍ଷେତ୍ରରେ ବିଜ୍ଞାନର ବ୍ୟବହାର କରି ଅନେକ ସମସ୍ୟାକୁ ସହଜରେ ସମାଧାନ କରିହେଉଛି । ବର୍ତ୍ତମାନ ଡିଏନ୍ଏକୁ ଆଧାର କରି ଏଭଳି ଟେକ୍ନୋଲୋଜିର ଉଦ୍ଭାବନ ହୋଇଛି, ଯାହା ଆମକୁ ମେକଅପରେ ସାହାଯ୍ୟ କରିବ । ଏହି ପ୍ରକ୍ରିୟାରେ ନିଜର ଡିଏନ୍ଏ ଟେଷ୍ଟ କରି ଆମେ ଆମର ସ୍କିନ୍ର ସ୍ଥିତି ବିଷୟରେ ଜାଣିପାରିବା, ଯାହାଫଳରେ ରିଙ୍କଲ୍, ଆକ୍ନେ, ହାଇପରପିଗ୍ମେଣ୍ଟେସନ୍ ଆଦି ସମସ୍ୟା ବିଷୟରେ ସୂଚନା ପାଇପାରିବା । ଏହି ସୂଚନା ମିଳିବା ପରେ ଆମେ ତୁରନ୍ତ ଏହାର ଚିକିତ୍ସା କରାଇପାରିବା । ଯାହା ଫଳରେ ଆମ ସ୍କିନ୍ ସବୁବେଳେ ସୁସ୍ଥ ରହିବା ସହିତ ଗ୍ଲୋ ମଧ୍ୟ କରିବ । ସେହିଭଳି ଏହି ପ୍ରକ୍ରିୟାକୁ ବ୍ୟବହାର କରି ଆମ ଜେନେଟିକ୍ ପ୍ରୋଫାଇଲ୍କୁ ମ୍ୟାଚ୍ କରିବାଭଳି ବିୟୁଟି ପ୍ରଡକଫ ମଧ୍ୟ ପ୍ରସ୍ତୁତ କରାଯାଇପାରୁଛି । ଯାହା କେବଳ ଆମ ସ୍କିନ୍ ପାଇଁ ହିଁ ପ୍ରଜୁଯ୍ୟ ।





