ଅଫିସରେ ସୁଟ ପିନ୍ଧିବାକୁ ବାରଣ
ସୋସିଆଲ ମିଡିଆରେ ଥାଇଲାଣ୍ଡର ନ୍ୟୁଜ ଆଙ୍କରମାନେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଏହି ଆଙ୍କରମାନେ ଲାଇଭ ଟିଭିରେ ନିଜର ଜାକେଟ କାଢୁଥିବାରୁ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଆଚରଣ ପଛରେ ଏକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି । ସେମାନେ ଏଭଳି ଲୋକଙ୍କୁ କିଭଳି ବିଜୁଳି ବଞ୍ଚାଇହେବ ସେନେଇ ସଚେତନ କରିବା ପାଇଁ କରୁଥିବା ଜଣାପଡିଛି । ସୂଚନା ଅନୁସାରେ ଥାଇଲାଣ୍ଡରେ ବର୍ତ୍ତମାନ ମାତ୍ର ୯୫ ଦିନର ଖର୍ଚ୍ଚପାଇଁ ଶକ୍ତି ରହିଛି । ତେଣୁ ଶକ୍ତି ସଙ୍କଟକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ କମ ବିଜୁଳି ବ୍ୟବହାର ପାଇଁ ନିବେଦନ କରାଯାଇଛି । ତେଣୁ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି । ତେବେ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଫିସ ପାଇଁ କିଛିକିଛି ନିୟମ ମଧ୍ୟ କରାଯାଇଛି । ଯେପରି ଅଫିସକୁ ସୁଟ ଓ ଟାଇ ପିନ୍ଧି ଆସିବାକୁ ବାରଣ କରାଯାଇଛି, ହାଲୁକା ପୋଷାକ ପିନ୍ଧି ଆସିବା ଦ୍ବାରା ବିନା ଏସିରେ କାର୍ଯ୍ୟ କରିହେବ । ସେହିଭଳି ସମସ୍ତ ଏସିର ତାପମାତ୍ରା ୨୬ରୁ ୨୭ ଡିଗ୍ରୀ ମଧ୍ୟରେ ରଖାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କିଛି କର୍ମଚାରୀଙ୍କୁ ୱାର୍କଫ୍ରମ ହୋମ ମଧ୍ୟ ପ୍ରଦାନ କରାଯାଇଛି । ବର୍ତ୍ତମାନ ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜଣା ପଡିଛି ।



