ବାଲିଯାତ୍ରା
ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ଏହି ଯାତ୍ରା (ଅକେଫାବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମା […]
ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ଏହି ଯାତ୍ରା (ଅକେଫାବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମା ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ । ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ ।
ଇତିହାସ
ବାଲି ଅର୍ଥାତ ଇଣ୍ଡୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣ୍ଣିଆ ଦ୍ୱୀପମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ । ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦକୁ ଆଣି ଉତ୍କଳର ଅର୍ଥନୀତିକୁ ସମୃଦ୍ଧ କରିବାରେ ଏମାନଙ୍କର ଯୋଗଦାନ ଖୁବ ଅଧିକ ଥିଲା । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବ୍ୟବସାୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେ=ସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏହି ଯାତ୍ରାର ଏଭଳି ନାମକରଣ କରାଯାଇଛି ବୋଲି ଆକଳନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖ ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ ।
ବର୍ତ୍ତମାନ କଟକ ସହରରେ ବାଲିଯାତ୍ରା ଏକ ପାରିବାରିକ ଉତ୍ସବ ପାଲଟିଛି । ଅନେକ ବ୍ୟବସାୟୀ ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି, ଯେଉଁଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି । ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱର୍ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରି ହେଉଛି । ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି । ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହାର ସଠିକ୍ ତଥ୍ୟ ନାହିଁ । ଏହାକୁ ନେଇ ଭିନ୍ନଭିନ୍ନ ମତ ରହିଛି ।
ପ୍ରଥମ ମତ
ପ୍ରଥମ ମତଟି ହେଲା ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ହେଲେ ଏହି ମତକୁ ନେଇ ଅନେକ ବିବାଦ ମଧ୍ୟ ରହିଛି । ହେଲେ ବିଦାୟକାଳୀନ ପରିବେଶ କିଭଳି ଉତ୍ସବମୁଖର ହୋଇପାରିବ ଏହାକୁ ନେଇ ପ୍ରଶ୍ନ ରହିଛି । ସେହିଭଳି କଳିଙ୍ଗର ସାଧବ ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲେ ତେଣୁ ଅନ୍ୟତ୍ର ବି ଏହି ଯାତ୍ରା ପ୍ରଚଳିତ ହେବା କଥା । ହେଲେ ତାହାର ସେପରି ପ୍ରମାଣ ନାହିଁ ତେଣୁ ଏହି କାରଣଟି ବିବାଦରେ ରହିଛି ।

ଦ୍ୱିତୀୟ ମତ
ଦ୍ୱିତୀୟ ମତଟି ହେଲା ଏହିଦିନଟିରେ ବାଣିଜ୍ୟ ବେପାର ସାରି ସାଧବମାନେ ନିଜ ଜନ୍ମମାଟିକୁ ଫେରିଆସୁଥିବାରୁ ସେମାନଙ୍କ ସ୍ୱାଗତ – ସମ୍ବର୍ଦ୍ଧନା ଉପଲକ୍ଷେ ବାଲିଯାତ୍ରା ଅନୁଷ୍ଠିତ ହେଉଥିଲା । ହେଲେ ସାଧବମାନଙ୍କ ବାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯାଉଛି ସେମାନେ ବର୍ଷା ଚାରିମାସ ଯିବାପରେ ଜଳପଥରେ ବିଦେଶ ଯାଉଥିଲେ । ବର୍ଷା ଚାରିମାସ ଆରମ୍ଭ ପୂର୍ବରୁ ନୁହେଁ, କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା । ତେଣୁ ଏହି ମତଟି ଜନଶ୍ରୁତି ଉପରେ ଆଧାରିତ ବୋଲି କୁହାଯାଇଥାଏ ଏବଂ ବାଲିଯାତ୍ରା ଅନୁଷ୍ଠିତ ହେବାର କାରଣ ଭାବେ ଗ୍ରହଣ କରାଯାଇ ନଥାଏ ।
ଐତିହାସିକ ମତ
ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ ବୋଲି ସୂଚନା ମିଳେ । ଏହା ଏକ ଐତିହାସିକ ସତ୍ୟ ହୋଇପାରେ । ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରନି ସେ ସାଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକ ଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ସେହି ସମୟରେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ । ସେହି ସମୟରେ ଲୋକମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି, ସୁମାତ୍ରା – ବର୍ଣ୍ଣିଓ ଯାଉଥିଲେ ବୋଲି । ତେଣୁ ଏହାକୁ ମଧ୍ୟ ଲୋକମୁଖରେ ବାଲିରୁ ଫେରିବା କହି ଏହାର ନାଁ ବାଲିଯାତ୍ରା ରଖାଯାଇଥିବା ନେଇ ମତ ରହିଛି ।


