ଗାଡି ନ ଚଳାଇଲେ ପୁରସ୍କାର

ଗାଡି ନ ଚଳାଇଲେ ପୁରସ୍କାର
Ipsita Picture
By: Ipsita
Published On

 

ପ୍ରଦୂଷଣ ରୋକିବା ପାଇଁ ଦେଶ ବିଦେଶରେ ବିଭିନ୍ନ ପ୍ରକାର ପନ୍ଥା ଆପଣା ଯାଉଛି । ସେହିଭଳି ରାସ୍ତାରେ ଗାଡ଼ି ସଂଖ୍ୟା କମାଇବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ୟୁରୋପୀୟ ଦେଶ ମାଲ୍ଟା ଏକ ନିଆରା ଯୋଜନା ଆରମ୍ଭ କରିଛି । ଯେଉଁଥିରେ ନିଜର ଡ୍ରାଇଭିଂ ଲାଇସେନ୍ସ ସରେଣ୍ଡର କଲେ ସରକାର ପ୍ରାୟ ୨୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ସ୍କିମ୍ ଅଧୀନରେ ଜଣେ ବ୍ୟକ୍ତିଙ୍କୁ କ୍ରମାଗତ ୫ ବର୍ଷ ପର୍ଯ୍ୟନ୍ତ ଗାଡ଼ି ନ ଚଲାଇବାକୁ ଶପଥ ନେବାକୁ ପଡ଼ିବ ଏବଂ ଏହି ଅର୍ଥରାଶି ଏକାଥରକେ ନୁହେଁ, ବରଂ ବାର୍ଷିକ ୫.୫ ଲକ୍ଷ ଟଙ୍କା ହିସାବରେ କିସ୍ତିରେ ମିଳିବ । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରହିଛି, ଯେପରିକି ଆବେଦନକାରୀଙ୍କ ବୟସ ୩୦ ବର୍ଷ ବା ତା’ଠାରୁ କମ୍ ହୋଇଥିବା ଆବଶ୍ୟକ। ସେ ଅନ୍ୟୂନ ୭ ବର୍ଷ ଧରି ମାଲ୍ଟାରେ ରହୁଥିବା ଦରକାର ଏବଂ ତାଙ୍କର ଲାଇସେନ୍ସ ରେକର୍ଡ ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଥିବା ଜରୁରୀ । ଯଦି କେହି ଏହି ୫ ବର୍ଷ ମଧ୍ୟରେ ଗାଡ଼ି ଚଲାନ୍ତି, ତେବେ ତାଙ୍କୁ ସମସ୍ତ ଟଙ୍କା ସରକାରଙ୍କୁ ଫେରସ୍ତ କରିବାକୁ ପଡ଼ିବ ଏବଂ ୫ ବର୍ଷ ପରେ ପୁନର୍ବାର ଗାଡ଼ି ଚଲାଇବାକୁ ହେଲେ ନୂତନ ଭାବେ ଡ୍ରାଇଭିଂ ଟେଷ୍ଟ ଦେଇ ଲାଇସେନ୍ସ ହାସଲ କରିବାକୁ ହେବ । ବର୍ତ୍ତମାନ ପାଇଁ ପ୍ରତିବର୍ଷ କେବଳ ୧୦୦୦ ଲୋକଙ୍କୁ ଏହି ସୁଯୋଗ ଦିଆଯାଉଥିବା ବେଳେ ଏହା ଲୋକଙ୍କୁ ସାଧାରଣ ପରିବହନ ବ୍ୟବହାର କରିବା ପାଇଁ ଉତ୍ସାହିତ କରୁଛି ।

Tags: