ଅଗଷ୍ଟ କ୍ରାନ୍ତି ଦିବସ

ଅଗଷ୍ଟ କ୍ରାନ୍ତି ଦିବସ
Ipsita Picture
By: Ipsita
Published On

 

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅଗଷ୍ଟ ୯ ତାରିଖକୁ 'ଅଗଷ୍ଟ କ୍ରାନ୍ତି ଦିବସ' ଭାବେ ପାଳନ କରାଯାଇଥାଏ । ୧୯୪୨ ମସିହାର ଏହି ଐତିହାସିକ ଦିନରେ ମହାତ୍ମା ଗାନ୍ଧୀଙ୍କ "କର ନଚେତ୍ ମର" ଡାକରା ଏବଂ 'ଭାରତ ଛାଡ଼' ଆନ୍ଦୋଳନ ସମଗ୍ର ଦେଶରେ ବ୍ରିଟିଶ୍ ଶାସନର ମୂଳଦୁଆ ଦୋହଲାଇ ଦେଇଥିଲା । ବମ୍ବେର ଗୋୱାଲିଆ ଟ୍ୟାଙ୍କ ମୈଦାନରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଓଡ଼ିଶାରେ ମଧ୍ୟ ଏକ ପ୍ରଚଣ୍ଡ ଗଣବିପ୍ଲବର ରୂପ ନେଇଥିଲା । ଏହି କ୍ରାନ୍ତିରେ ଡ. ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ଲକ୍ଷ୍ମଣ ନାୟକଙ୍କ ଭଳି ମହାନ ନେତା ଓ ସଂଗ୍ରାମୀମାନଙ୍କ ନେତୃତ୍ୱରେ କୋରାପୁଟ, ବାଲେଶ୍ୱର, ଜାଜପୁର, ଇରମ୍, ମାଥିଲି ଓ ପାପଡ଼ାହାଣ୍ଡି ଭଳି ଗ୍ରାମାଞ୍ଚଳରେ ହଜାର ହଜାର ଜନତା ଆପ୍ରାଣ ସଂଗ୍ରାମ କରି ନିଜର ବଳିଦାନ ଦେଇଥିଲେ । ବ୍ରିଟିଶ୍ ସରକାରଙ୍କ ଗିରଫଦାରୀ ଓ ବର୍ବର ଅତ୍ୟାଚାର ସତ୍ତ୍ୱେ ଯୁବବର୍ଗ, ଛାତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଭାଗୀଦାରୀ ଏହି କ୍ରାନ୍ତିକୁ ଏକ ଶକ୍ତିଶାଳୀ ଗଣ ଆନ୍ଦୋଳନରେ ପରିଣତ କରିଥିଲା । ଯାହା ଭାରତକୁ ସ୍ୱାଧୀନତା ଆଡ଼କୁ ଆଗେଇ ନେବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

Tags: