ଗ୍ୟାସ ପାଇଁ ଥାନାରେ

ଗ୍ୟାସ ପାଇଁ ଥାନାରେ
Ipsita Picture
By: Ipsita
Published On

 

ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାରେ ଗ୍ୟାସ୍ବ୍ୟବହାରକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ୟରେ ଏକ ଅଜବ ଯୁକ୍ତିତର୍କ ଦେଖିବାକୁ ମିଳିଛି, ଯାହା ଶେଷରେ ପୋଲିସ ଥାନାରେ ପହଞ୍ଚିଛି । ଏଲପିଜି ସିଲିଣ୍ଡରର ଅଭାବ ଦର୍ଶାଇ ଶାଶୁ ଜଣକ ବୋହୂକୁ କିଛି ଦିନ ଚୁଲିରେ ରୋଷେଇ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହି କଥାଟି ବୋହୂକୁ ଆଦୌ ପସନ୍ଦ ଆସିନଥିଲା । ବୋହୂ ଜଣକ ତୁରନ୍ତ ଥାନାରେ ପହଞ୍ଚି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଟିଭି ଖବର ଅନୁଯାୟୀ ଦେଶରେ ଗ୍ୟାସ୍ର କୌଣସି ଅଭାବ ନାହିଁ । ତେଣୁ ଶାଶୁ ଜାଣିଶୁଣି ମିଛ କହି ତାଙ୍କୁ ହଇରାଣ କରିବା ପାଇଁ ଚୁଲିରେ ରୋଷେଇ କରାଇବାକୁ ଚାହୁଁଛନ୍ତି । ଏହି ପାରିବାରିକ ବିବାଦର ଗମ୍ଭୀରତାକୁ ଦେଖି ପୋଲିସ କୌଣସି ଏଫଆଇଆର ରୁଜୁ ନକରି ଉଭୟଙ୍କୁ ବୁଝାସୁଝା କରିଥିଲେ । ପୋଲିସ ବୋହୂକୁ ପରାମର୍ଶ ଦେଇଥିଲେ ଯେ ଏଭଳି ଛୋଟ ଛୋଟ ଘରୋଇ କଥାକୁ ଘର ମଧ୍ୟରେ ହିଁ ସମାଧାନ କରିବା ଉଚିତ ଏବଂ ପରିବାରରେ ଶାନ୍ତି ରଖିବା ପାଇଁ ଉଭୟ ପକ୍ଷଙ୍କୁ ବୁଝାମଣା କରିବାକୁ କୁହାଯାଇଛି ।

Tags: