ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ
ପ୍ରଥମ ମହାକାଶଚାରୀ ନିଲ୍ ଆଲଡ଼େନ ଆର୍ମଷ୍ଟ୍ରଙ୍ଗ ୫ ଅଗଷ୍ଟ ୧୯୩୦ ମସିହାରେ ଓହାୟୋ ଅନ୍ତର୍ଗତ ୱଆପାକୋନେଟା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ପାଠପଢ଼ା ପରେ ଆମେରିକାର ନୌସେନାରେ ଯୋଗଦେଇ କୋରିଆ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଯୁଦ୍ଧ ଶେଷ ହେବା ପରେ ସେ ଏରୋନଟିକ୍ସରେ ହାଇସ୍ପଡ଼୍ ଫ୍ଲାଇଟ ଷ୍ଟେସନରେ ଜଣେ ପାଇଲଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ମହାକାଶଚାରୀ ହେବାକୁ ମଧ୍ୟ ମନ ବଳେଇଥିଲେ । ୧୯୫୮ ମସିହାରେ ଆମେରିକା ବାୟୁସେନାର ମ୍ୟାନ ଇନ୍ […]
ପ୍ରଥମ ମହାକାଶଚାରୀ ନିଲ୍ ଆଲଡ଼େନ ଆର୍ମଷ୍ଟ୍ରଙ୍ଗ ୫ ଅଗଷ୍ଟ ୧୯୩୦ ମସିହାରେ ଓହାୟୋ ଅନ୍ତର୍ଗତ ୱଆପାକୋନେଟା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ପାଠପଢ଼ା ପରେ ଆମେରିକାର ନୌସେନାରେ ଯୋଗଦେଇ କୋରିଆ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଯୁଦ୍ଧ ଶେଷ ହେବା ପରେ ସେ ଏରୋନଟିକ୍ସରେ ହାଇସ୍ପଡ଼୍ ଫ୍ଲାଇଟ ଷ୍ଟେସନରେ ଜଣେ ପାଇଲଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ମହାକାଶଚାରୀ ହେବାକୁ ମଧ୍ୟ ମନ ବଳେଇଥିଲେ ।
୧୯୫୮ ମସିହାରେ ଆମେରିକା ବାୟୁସେନାର ମ୍ୟାନ ଇନ୍ ସ୍ପେସ୍ ସୁନେଷ୍ଟ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଥିଲେ । ୧୯୬୨ ମାର୍ଚ୍ଚ ୧୫ ତାରିଖରେ ମହାକାଶ ବିମାନ ଉଡାଣ ପାଇଁ ମନୋନୀତ ଛଅ ଜଣ ପାଇଲଟ ଇଞ୍ଜିନିୟର ମଧ୍ୟରେ ସେ ସ୍ଥାନ ପାଇଥିଲେ । ସେ ସମୟରେ ନାସା ପକ୍ଷରୁ ମହାକାଶଚାରୀ ଚୟନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ କରାଯାଇଥିଲା । ଏଥିପାଇଁ ସେ ଆବେଦନପତ୍ର ପଠେଇଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ମନୋନୟନ ବେଳେ ତାଙ୍କୁ ମନୋନୀତ କରାଯାଇଥିଲା । ସେ ଜେମିନ-୮ ଓ ଜେମିନ-୧୧ ମହାକାଶଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାକାଶ ଯାତ୍ରା କରିଥିଲେ । ୧୯୬୭ ଜାନୁଆରୀ ୨୭ ତାରିଖରେ ଆପୋଲୋ-୧ ମହାକାଶଯାନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ । ଆପୋଲୋ-୧୧ମହାକାଶଯାନ ଆର୍ମଷ୍ଟ୍ରଙ୍ଗଙ୍କ ସହ ତାଙ୍କର ଆଉ ଦୁଇଜଣ ସାଥୀ ବଜ ଆଲଡ୍ରିନ ଓ ମାଇକେଲ କୋର୍ଲିନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । ଏହି ମହାକାଶ ଯାନ ଚାରିଦିନ ମଧ୍ୟରେ ୪୦ଲକ୍ଷ କିଲୋମିଟର ଯାତ୍ରା କରିଥିଲା ।
ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ ୧୯୬୯ ଜୁଲାଇ ୨୦ ତାରିଖରେ ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ । ସେଠାରେ ଆର୍ମଷ୍ଟ୍ରଙ୍ଗ ୨ ମିନିଟ ୩୨ ସେକେଣ୍ଡ ରହିଥିଲେ । ସେହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଆମେରିକୀୟ ଜାତୀୟ ପତାକା ସ୍ଥାପନ କରିବା ସହିତ କିଛି ପଥର ସଂଗ୍ରହ କରିଥିଲେ । ୧୯୬୯ ଜୁଲାଇ ୨୪ ତାରିଖରେ ହାୱାଆଇର ପଶ୍ଚିମରେ ପ୍ରଶାନ୍ତ ମହାସାଗରରେ ଥିବା ଆମେରିକାର ଯୁଦ୍ଧ ଜାହାଜରେ ଆପୋଲୋ-୧୧ ଅବତରଣ କରିଥିଲେ । ତାଙ୍କ ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରିଚାର୍ଡ଼ ନିକ୍ସନ ପ୍ରେସିଡେନସିଆଲ ମେଡ଼ାଲ ଅଫ୍ ଫ୍ରିଡମ ପୁରସ୍କାର ପ୍ରଦାନ କରିଥିଲେ ।
ଏହା ବ୍ୟତୀତ ସେ କଂଗ୍ରେସନାଲ ସ୍ପେଶ ମେଡ଼ାଲ ଅଫ ଅନର ଏବଂ କଂଗ୍ରେସନାଲ ଗୋଲï ମେଡ଼ାଲ ଭଳି ପୁରସ୍କାର ଲାଭ କରିଥିଲେ । ୨୦୧୨ ମସିହା ଆଜିର ଦିନରେ ସେ ଇହଲୀଳା ସମ୍ବରଣ କରିଥିଲେ ।




