ଜ୍ୟୋତିଷବିଦ୍ୟା କହିବ ଏଆଇ !

ନୁ୍ୟୟର୍କର ଚର୍ଚ୍ଚିତ ଆଇକନିକ୍‌ ବୁକ୍‌ ଷ୍ଟୋର୍‌ରେ ଏକ ମେସିନ୍‌ ରହିଛି, ଯାହା ଗ୍ରହ ନକ୍ଷତ୍ର ସମ୍ବନ୍ଧିତ ବିଭିନ୍ନ ପ୍ରକାରର ଉତ୍ତର ଦେବାରେ ସକ୍ଷମ ହେଉଛି । ଏହି ମେସିନ୍‌ରେ ଇନ୍‌ ବିଲଫ କ୍ୟାମେରା ରହିଛି, ଯାହା ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କ ଫଟୋ ଉଠାଇପାରୁଛି । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ ସାହାଯ୍ୟରେ ଏହି ମେସିନ୍‌ଟି କ୍ୟାରିୟର, ଚାକିରି, ସହର ପରିବର୍ତ୍ତନ ସମେତ ଜ୍ୟୋତିଷ ଗଣନା ପ୍ରସଙ୍ଗରେ ମଧ୍ୟ ଉତ୍ତର ଦେଉଛି । ଏହି ମେସିନ୍‌କୁ ପ୍ରଶ୍ନ ପଚରାଯିବା […]

Samaya Live Picture
Published On

ନୁ୍ୟୟର୍କର ଚର୍ଚ୍ଚିତ ଆଇକନିକ୍‌ ବୁକ୍‌ ଷ୍ଟୋର୍‌ରେ ଏକ ମେସିନ୍‌ ରହିଛି, ଯାହା ଗ୍ରହ ନକ୍ଷତ୍ର ସମ୍ବନ୍ଧିତ ବିଭିନ୍ନ ପ୍ରକାରର ଉତ୍ତର ଦେବାରେ ସକ୍ଷମ ହେଉଛି । ଏହି ମେସିନ୍‌ରେ ଇନ୍‌ ବିଲଫ କ୍ୟାମେରା ରହିଛି, ଯାହା ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କ ଫଟୋ ଉଠାଇପାରୁଛି । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ ସାହାଯ୍ୟରେ ଏହି ମେସିନ୍‌ଟି କ୍ୟାରିୟର, ଚାକିରି, ସହର ପରିବର୍ତ୍ତନ ସମେତ ଜ୍ୟୋତିଷ ଗଣନା ପ୍ରସଙ୍ଗରେ ମଧ୍ୟ ଉତ୍ତର ଦେଉଛି । ଏହି ମେସିନ୍‌କୁ ପ୍ରଶ୍ନ ପଚରାଯିବା ପରେ ଏଥିରୁ ଏକ ସ୍ଲିପ୍‌ ବାହାରୁଛି, ଯେଉଁଥିରେ ସମସ୍ତ ପ୍ରଶ୍ନର ଉତ୍ତର ରହୁଛି । ଏହି ମେସିନ୍‌କୁ ଏଆଇ ପରିଚାଳନା ଜରିଆରେ ଆମେରିକୀୟ ଟେକ୍‌ କମ୍ପାନୀ କୋ-ଷ୍ଟାର୍‌ ଏବଂ ବଜି ଆଷ୍ଟ୍ରୋଲୋଜି ଆପ୍‌ ଦ୍ୱାରା ବିକଶିତ କରାଯାଇଛି । ବର୍ଷ ବର୍ଷ ଧରି ଯେଉଁଭଳି ଜ୍ୟୋତିଷ ଗଣନା ଏବଂ ରାଶିଫଳର ସୂଚନା ଦେବା ପାଇଁ ଗ୍ରହ ତଥା ନକ୍ଷତ୍ରର ଗତି ଓ ସ୍ଥିତିର ଉଲ୍ଲେଖ କରାଯାଉଛି, ଠିକ୍‌ ସେହିଭଳି କୋ-ଷ୍ଟାର୍‌ ମଧ୍ୟ ଏହି ଉପାୟ ଆପଣାଇଛି । ମାତ୍ର ଏଆଇ ଦ୍ୱାରା ପ୍ରତ୍ୟହ ଏହାର ଗଣନା ପ୍ରସ୍ତୁତ କରାଯାଉଛି, ଯାହା ଜ୍ୟୋତିଷ ଟିମ୍‌ ଦ୍ୱାରା ଲେଖାଯାଇଥିବା ଡାଟାବେସ୍‌ର ସାହାଯ୍ୟ ଲୋଡିଥାଏ । କୋ-ଷ୍ଟାର୍‌ର ଫାଉଣ୍ଡର ବାନୁ ଗୁଲେର କହିଛନ୍ତି ଯେ ଏହି ମେସିନ୍‌ରେ ସୋଭିଏତ ଯୁଗର କମ୍ପୁ୍ୟଟର, ନାସା ଦ୍ୱାରା ବ୍ୟବହୃତ ଉପକରଣ ଏବଂ ଫଟୋ ବୁଥ୍‌ ଲଗାଯାଇଛି । ବର୍ତ୍ତମାନ ନିଃଶୁÂରେ ଏହାର ସେବା ଉପଲବ୍ଧ ହେଉଛି । ଏଥିରେ ଆପଣ ଓପନ୍‌ ଏଣ୍ଡେଡ୍‌ ପ୍ରଶ୍ନ ମଧ୍ୟ ପଚାରିପାରିବେ, ଯାହାର ଉତ୍ତର ସ୍ଲିପ୍‌ ଫର୍ମାଟ୍‌ରେ ମିଳିବ ।

Tags: