ଛତିଶଗଡ଼ ରେ ଏସିଆର ୨ୟ ବୃହତ୍ତମ ଚର୍ଚ୍ଚ ,ଏଠାରେ ଖୁବ ଉତ୍ସାହରେ ପାଳନ ହୁଏ ଖ୍ରୀଷ୍ଟମାସ
ଛତିଶଗଡର ଯଶପୁର ଜିଲ୍ଲା କୁଙ୍କୁରିରେ ଏସିଆର ଦ୍ୱିତୀୟ ବୃହତ୍ତମ ଚର୍ଚ୍ଚ ରହିଛି। ଯାହାକି ମହା ଗୀର୍ଜାଘର ନାମରେ ଜଣାଯାଇଥାଏ I ଯଶପୁର ଚର୍ଚ୍ଚ ଖୁବ ସୁ-ଉଚ୍ଚ ଏବଂ ଅତ୍ୟନ୍ତ ଆକର୍ଷଣୀୟ I ଏହି ଚର୍ଚ୍ଚର ୧୯୬୨ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଯେତେବେଳେ ଏହି ଚର୍ଚ୍ଚ ନିର୍ମାଣ ହେଲା, କୁଙ୍କୁରୀର ବିଶପ୍ ଥିଲେ ଷ୍ଟାନିସ୍ଲାସ୍ ଲାକ୍ରା I କେବଳ ଗୋଟିଏ ବିମ୍ ରେ ଏହି ବିଶାଳ ପ୍ରାର୍ଥନା ଘରକୁ ନିର୍ମାଣ କରାଯାଇଛି I ଏହି ଭବନର ମୂଳଦୁଆ […]
ଛତିଶଗଡର ଯଶପୁର ଜିଲ୍ଲା କୁଙ୍କୁରିରେ ଏସିଆର ଦ୍ୱିତୀୟ ବୃହତ୍ତମ ଚର୍ଚ୍ଚ ରହିଛି। ଯାହାକି ମହା ଗୀର୍ଜାଘର ନାମରେ ଜଣାଯାଇଥାଏ I ଯଶପୁର ଚର୍ଚ୍ଚ ଖୁବ ସୁ-ଉଚ୍ଚ ଏବଂ ଅତ୍ୟନ୍ତ ଆକର୍ଷଣୀୟ I ଏହି ଚର୍ଚ୍ଚର ୧୯୬୨ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଯେତେବେଳେ ଏହି ଚର୍ଚ୍ଚ ନିର୍ମାଣ ହେଲା, କୁଙ୍କୁରୀର ବିଶପ୍ ଥିଲେ ଷ୍ଟାନିସ୍ଲାସ୍ ଲାକ୍ରା I କେବଳ ଗୋଟିଏ ବିମ୍ ରେ ଏହି ବିଶାଳ ପ୍ରାର୍ଥନା ଘରକୁ ନିର୍ମାଣ କରାଯାଇଛି I ଏହି ଭବନର ମୂଳଦୁଆ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଥିଲା I କେବଳ ଏହି ମୂଳଦୁଆ କାମକୁ ଦୁଇ ବର୍ଷ ଲାଗିଗଲା I
ଭିତ୍ତିପ୍ରସ୍ତର ପ୍ରସ୍ତୁତ ହେବା ପରେ, ଏହି ବିଲ୍ଡିଂ ନିର୍ମାଣ ୧୩ ବର୍ଷରେ ଶେଷ ହୋଇଥିଲା I କୁହାଯାଏ ଯେ ସେହି ସମୟରେ ଏହି ଚର୍ଚ୍ଚ ଜଙ୍ଗଲ ଏବଂ ପାହାଡ ଦ୍ୱାରା ଘେରି ରହିଥିଲା, କିନ୍ତୁ ସମୟ ସହିତ ସବୁକିଛି ବଦଳିଗଲା I ବର୍ତ୍ତମାନ ଯେଉଁଠାରେ ଚର୍ଚ୍ଚ ଅଛି, ସେହି ଅଞ୍ଚଳ ଏକ ସହରରେ ବିକଶିତ ହୋଇଛି I ଏହି ଚର୍ଚ୍ଚ ଭାରତରେ ପ୍ରମୁଖ ଚର୍ଚ୍ଚ ମାନଙ୍କ ମଧ୍ୟରେ ଅନ୍ୟତମ I ଏଠାରେ ଖ୍ରୀଷ୍ଟମାସ ଉତ୍ସବଟିକୁ ଖୁବ ଧୁମଧାମ ରେ ପାଳନ କରାଯାଇଥାଏ I ଏଠାରେ ଡିସେମ୍ବର ୨୫ ପ୍ରାର୍ଥନା ସଭାରେ ଯୋଗ ଦେବାପାଇଁ ବହୁ ଦୂରଦୂରାନ୍ତରୁ ପରିବାର ସହିତ ଖ୍ରୀଷ୍ଟିଆନ ଧର୍ମଲମ୍ବୀମାନେ ଆସିଥାନ୍ତି I ଖ୍ରୀଷ୍ଟମାସ ସମୟରେ ଏହି ଚର୍ଚ୍ଚ ଟି ଖୁବ ଆକର୍ଷଣୀୟ ଦେଖାଯାଉଥାଏ I




