ପାଉଁଶ ସୁପ

ପାଉଁଶ ସୁପ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଶୋଉନାହାନ୍ତି ଭାରତୀୟ

ସାଧାରଣତଃ କାହାର ମୃତ୍ୟୁହେଲେ ତାଙ୍କର ଶବକୁ ପୋଡି ଦିଆଯାଇଥାଏ । ହେଲେ ଦକ୍ଷିଣ ଆମେରିକାରେ ଏଭଳି ଏକ ଜନଜାତି ରହୁଛନ୍ତି ଯେଉଁମାନେ ଶବର ଅନ୍ତିମ ସଂସ୍କାର ପରେ ଏହାର ପାଉଁଶରେ ସୁପ ପ୍ରସ୍ତୁତ କରି ପିଇଥାଆନ୍ତି । ଏହି ପରମ୍ପରାକୁ ଏଣ୍ଡୋକୈନବଲିଜିମ୍ କୁହାଯାଇଥାଏ । ୟାନୋମାନୀ ଜନଜାତିର ଲୋକମାନେ ଏହି ପରମ୍ପରାକୁ ପାଳନ କରିଥାଆନ୍ତି । ଉକ୍ତ ଜନଜାତିର ଏହି ପରମ୍ପରା ଖୁବ ଚର୍ଚ୍ଚାରେ ରହୁଛନ୍ତି । ଏହି ପରମ୍ପରାରେ ମୃତ ବ୍ୟକ୍ତିଙ୍କର ଶବକୁ ପ୍ରଥମେ କଦଳୀ ପତ୍ର ଘୋଡାଯାଇ ରଖାଯାଇଥାଏ । ଏହାପରେ ପାଖାପାଖି ୪୦ ଦିନ ପରେ ଶବର ବଳିଥିବା ହାଡ ଓ ଅଂଶକୁ ଏକାଠି କରି ଜଳାଯାଏ । ଯେଉଁ ପାଉଁଶକୁ କଦଳୀ ସୁପରେ ମିଶାଇ ସମସ୍ତ ବାସିନ୍ଦା ପିଇଥାନ୍ତି । ସେମାନଙ୍କ ବିଶ୍ବାସ ମୃତକଙ୍କ ଆତ୍ମାକୁ ଏଥିରେ ଶାନ୍ତି ମିଳିବ । ସେମାନଙ୍କ ବିଶ୍ବାସ ପରିଜନଙ୍କର ଆତ୍ମାକୁ ସୁପ ଦ୍ବାରା ପିଇବା ଫଳରେ ସେମାନଙ୍କ ଆତ୍ମା ସୁରକ୍ଷିତ ରହିବ । ତେବେ ଜଣେ ବ୍ୟକ୍ତିଙ୍କର ଯଦି ହତ୍ୟା ହୁଏ ତେବେ ସେ କ୍ଷେତ୍ରରେ ଭିନ୍ନ ଉପାୟରେ ସଂସ୍କାର କାମ କରାଯାଇଥାଏ ।

ସମ୍ବନ୍ଧିତ ଖବର କ୍ୟାରିୟରକୁ ଦିଅନ୍ତୁ ଧ୍ୟାନ

Tags:

Related Posts