ଅସରପାଙ୍କ ଚୋରା ଚାଲାଣ

ଅସରପାଙ୍କ ଚୋରା ଚାଲାଣ
Ipsita Picture
By: Ipsita
Published On

 

ଅଷ୍ଟ୍ରେଲିଆର ଜଣେ ବ୍ରିଡରଙ୍କ ପାଖରୁ ୧ ଲକ୍ଷରୁ ଅଧିକ ଜୀବନ୍ତ ବିଦେଶୀ  ଅସରପା ଜବତ କରାଯାଇଥିବା ଖବର ମିଳିଛି । ସୂଚନାଅନୁସାରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ରାଜ୍ୟରେ ଜଣେ କମର୍ସିଆ ବ୍ରିଡରଙ୍କ ଉପରେ ମଇ ମାସରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜବତ ହୋଇଥିବା ଅସରପାଗୁଡ଼ିକ ମଧ୍ୟରେ ମାଡାଗାସ୍କର ହିସିଙ୍ଗ୍ କାକରୋଚ୍ ଏବଂ ଡୁବିଆ କାକରୋଚ୍ ସାମିଲ ଅଛନ୍ତି, ଯାହାଙ୍କର ଆନୁମାନିକ ମୂଲ୍ୟ ପ୍ରାୟ ୧.୨ କୋଟି ଟଙ୍କା ଆକଳନ କରାଯାଇଛି । ଅଷ୍ଟ୍ରେଲିଆରେ ଏହି ବିଦେଶୀ ପ୍ରଜାତିର ଅସରପା ରଖିବା, ସେମାନଙ୍କର ବଂଶବୃଦ୍ଧି ବା ପ୍ରଜନନ କରାଇବା ଏବଂ ବିକ୍ରି କରିବା ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ସେଠାକାର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ପ୍ରଜାତିର ଅସରପାଗୁଡ଼ିକ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବାର ଆଶଙ୍କା ବଢ଼ାଇବା ସହିତ ସ୍ଥାନୀୟ ବନ୍ୟଜନ୍ତୁ ଏବଂ କୃଷିର ବ୍ୟାପକ କ୍ଷତି କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାଡାଗାସ୍କର ହିସିଙ୍ଗ୍ କାକରୋଚ୍ ବିଶ୍ୱର ସବୁଠାରୁ ବଡ଼ ଅସରପାମାନଙ୍କ ମଧ୍ୟରେ ଗଣାଯାଉଥିବା ବେଳେ ଏମାନଙ୍କର ଲମ୍ବ ପ୍ରାୟ ୫ ରୁ ୮ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ । ଯାହା ସାଧାରଣତଃ ମଣିଷର ଆଙ୍ଗୁଠିଠାରୁ ମଧ୍ୟ ବଡ଼ ଅଟେ ।

Tags: