କୃତ୍ରିମ ରକ୍ତ
ସ୍ୱାସ୍ଥ୍ୟ ବିଜ୍ଞାନରେ ଏଭଳି ଅନେକ ଗବେଷଣା କରାଯାଉଛି ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଆଣୁଛି । ସେହିଭଳି ଏକ କ୍ଲିନିକାଲ ଟ୍ରାଏଲ ବର୍ତ୍ତମାନ ଜାପାନରେ ଆରମ୍ଭ ହୋଇଛି । ଏଠିକାର ଗବେଷକମାନେ କୃତ୍ରିମ ରକ୍ତର ଲାବ୍ ଟେଷ୍ଟ ଆରମ୍ଭ କରିଛନ୍ତି । ଏହି ରକ୍ତ ସବୁ ପ୍ରକାରର ରକ୍ତର ବିକଳ୍ପ ଭାବେ ବ୍ୟବହାର କରିହେବ । ଯଦି ଏହି କ୍ଲିନିକାଲ ଟ୍ରାଏଲ ସଫଳ ହେଉଛି ତେବେ ସାରା ବିଶ୍ୱରେ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ […]
ସ୍ୱାସ୍ଥ୍ୟ ବିଜ୍ଞାନରେ ଏଭଳି ଅନେକ ଗବେଷଣା କରାଯାଉଛି ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଆଣୁଛି । ସେହିଭଳି ଏକ କ୍ଲିନିକାଲ ଟ୍ରାଏଲ ବର୍ତ୍ତମାନ ଜାପାନରେ ଆରମ୍ଭ ହୋଇଛି । ଏଠିକାର ଗବେଷକମାନେ କୃତ୍ରିମ ରକ୍ତର ଲାବ୍ ଟେଷ୍ଟ ଆରମ୍ଭ କରିଛନ୍ତି । ଏହି ରକ୍ତ ସବୁ ପ୍ରକାରର ରକ୍ତର ବିକଳ୍ପ ଭାବେ ବ୍ୟବହାର କରିହେବ । ଯଦି ଏହି କ୍ଲିନିକାଲ ଟ୍ରାଏଲ ସଫଳ ହେଉଛି ତେବେ ସାରା ବିଶ୍ୱରେ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ । ବିଶେଷଜ୍ଞମାନେ ବିଶେଷଭାବେ ଯେଉଁ ରକ୍ତ ଗୁଡିକର ସମୟସୀମା ସମାପ୍ତ ହୋଇଯାଉଛି ସେଗୁଡିକରୁ ହିମୋଗ୍ଲୋବିନ୍, ଲାଲ ରକ୍ତ କଣିକାରୁ ଅମ୍ଳଜାନ ଧରି ରଖୁଥିବା କୋଷ ସଂଗ୍ରହ କରିଥାଆନ୍ତି । ଏହାପରେ ଏଗୁଡିକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇ କୃତ୍ରିମ ରକ୍ତ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସାଧାରଣତଃ ଦାନ କରାଯାଇଥିବା ଏକ ରକ୍ତ ପାଉଚର ଜୀବନ ସୀମା ୪୨ ଦିନ ହୋଇଥାଏ । ହେଲେ ସୂଚନା ଅନୁସାରେ କୃତ୍ରିମ ରକ୍ତ କ୍ଷେତ୍ରରେ ଏହା ୨ ବର୍ଷ । ତେବେ ଏହାର ପରୀକ୍ଷଣ ପାଇଁ ବୈଜ୍ଞାନିକମାନେ ୧୦୦ରୁ ୪୦୦ ମିଲିଲିଟର କୃତ୍ରିମ ରକ୍ତକୁ ୧୬ ଜଣ ସୁସ୍ଥ ଭଲ୍ୟୁଣ୍ଟରଙ୍କ ଦେହରେ ଇଞ୍ଜେକଫ କରିଛନ୍ତି । ଯଦି ଏହି ଟ୍ରାଏଲ ସଫଳ ହୁଏ ତେବେ ୨୦୩୦ ସୁଦ୍ଧା ଏହାକୁ ବ୍ୟବହାର କରାଯାଇପାରିବ । ତେବେ ଏହା ସଫଳ ହେଲେ ଜାପାନ ପାଲଟିବ ବିଶ୍ୱର ପ୍ରଥମ ଦେଶ ଯିଏ କୃତ୍ରିମ ରକ୍ତ ବିକଶିତ କରିପାରିଛି । ଏହା ଅନେକ ଜରୁରୀ କାଳୀନ ପରିସ୍ଥିତିରେ ଲକ୍ଷାଧୀକ ଜୀବନ ବଞ୍ଚାଇପାରିବ ବୋଲି ଗେବଷକମାନେ ମତ ଦେଇଛନ୍ତି ।




