ଚପଲ ପାଇଁ ଗିରଫ

ଚପଲ ପାଇଁ ଗିରଫ
Ipsita Picture
By: Ipsita


ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ ହୋଇଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଉତ୍ତରପ୍ରଦେଶର ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ସୀତାପୁରର ଜଣେ ସୋରୁମ ମ୍ୟାନେଜରଙ୍କୁ ଗିରଫ କରାଯାଇଛି । ତେବେ ସେ ଗିରଫ ହେବାର କାରଣ ହେଲା ଚପଲ ଛିଡିବା । ସୂଚନା ଅନୁସାରେ ୨୦୨୨ରେ ଜଣେ ବ୍ୟକ୍ତି ଲିବର୍ଟି ସୋରୁମରୁ ଚପଲ କିଣିଥିଲେ । କିଣିବା ସମୟରେ ଚପଲ ଉପରେ ତାଙ୍କୁ ୬ମାସର ଓ୍ୱାରେଣ୍ଟି ସମୟ ମିଳିଥିଲା । ଚପଲର ଦାମ ଥିଲା ୧୭୦୦ ଟଙ୍କା । ହେଲେ ଚପଲଟି କିଣିବାର ଏକ ମାସ ଭିତରେ ହିଁ ଛିଡିଯାଇଥିଲା । ଏହାପରେ ଚପଲକୁ ବଦଳାଇବା ପାଇଁ ବ୍ୟକ୍ତି ଜଣଙ୍କ ସୋରୁମକୁ ବାରମ୍ବାର ଯାଇଥିଲେ ହେଲେ କୌଣସି ସମାଧାନ ହୋଇନଥିଲା । ଯାହାପରେ ସେ କଞ୍ଜ୍ୟୁମର କୋର୍ଟରେ ନିଜର ଅଭିଯୋଗ କରିଥିଲେ । ଯାହାପରେ ମ୍ୟାନେଜରଙ୍କୁ ବାରମ୍ବାର ନୋଟିସ ଦିଆଯାଇଥିଲା, ହେଲେ ସେ ଉପସ୍ଥିତ ହୋଇ ନଥିଲେ । ଏହି ମାମଲାର ଶୁଣାଣି କରାଯାଇ ଗିରଫଦାରୀର ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର କମ୍ପାନୀ ବିକି ବାଣ୍ଟୁଛନ୍ତି ପଇସା

Tags: