ସୁଗନ୍ଧଯୁକ୍ତ ଅମ୍ଳଜାନ
ମହାରାଷ୍ଟ୍ରର ନାଗପୁରସ୍ଥିତ ଅନନ୍ତା ସୁପର ସ୍ପେଶିଆଲିଟି ହସପିଟାଲରେ ରୋଗୀଙ୍କ ପାଇଁ ଏକ ଅନନ୍ୟ 'ଅକ୍ସିବାର୍' ସେବା ଆରମ୍ଭ କରାଯାଇଛି । ଯେଉଁଠାରେ ଲୋକମାନେ ସୁଗନ୍ଧିତ ଓ ବିଭିନ୍ନ ଫ୍ଲେଭରଯୁକ୍ତ ଅକ୍ସିଜେନ ନେବାର ସୁବିଧା ପାଉଛନ୍ତି । ଏହି ସେସନ୍ ସମୟରେ ଚାରୋଟି ଭିନ୍ନ ଭିନ୍ନ ଫ୍ଲେଭରର ଅକ୍ସିଜେନ ସହ ଡିପ୍ ବ୍ରିଦିଂ, ଅରୋମାଥେରାପି, ନୂଆ ପ୍ରଙ୍ଗ୍ ଏବଂ ଗ୍ରୀନ୍ ଟି ମଧ୍ୟ ପ୍ରଦାନ କରାଯାଉଛି। ଯାହା ମାନସିକ ଅବସାଦ ଓ କ୍ଲାନ୍ତି ଦୂର କରି ଶରୀରକୁ ସତେଜ କରିବାରେ ସାହାଯ୍ୟ କରେବୋଲି ଦାବି କରାଯାଉଛି । ଏହି ସେବାର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।
Tags:




