ମେସିନ ଲଗାଉଛି ମେହେନ୍ଦି

ମେସିନ ଲଗାଉଛି ମେହେନ୍ଦି
Ipsita Picture
By: Ipsita
Published On

 

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଏବେ ସାଧାରଣତଃ ମଣିଷ ଦ୍ୱାରା ହେଉଥିବା ହାତକାମକୁ ମଧ୍ୟ ଯନ୍ତ୍ର ସହଜରେ କରାଯାଇପାରୁଛି । ନିକଟରେ ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ନିଜ ଏକ୍ସଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଧାରା ମେହେନ୍ଦି ଡିଜାଇନ୍ନାମକ ଏକ ସୂକ୍ଷ୍ମ ଯନ୍ତ୍ର ମଣିଷ ହାତରେ ଅତ୍ୟନ୍ତ ନିପୁଣତାର ସହ ମେହେନ୍ଦି ଲଗାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଆଉ କିଛି ଚାକିରି ଚାଲିଗଲାବୋଲି ଗୋଏଙ୍କା ଲେଖିବା ପରେ ପ୍ରଯୁକ୍ତିବିଦ୍ୟା ଓ ଜୀବିକାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ କିଛି ବ୍ୟବହାରକାରୀ ଏହି ଯନ୍ତ୍ରର ସୁରକ୍ଷା ଓ ବିପଦକୁ ନେଇ ଚିନ୍ତା ପ୍ରକାଶ କରିବା ସହ ମାନବୀୟ ସ୍ପର୍ଶକୁ ଅଧିକ ପସନ୍ଦ କରିବେ ବୋଲି ମତ ଦେଇଛନ୍ତି । ଅନ୍ୟ କେତେକ ଏହା ଦ୍ୱାରା ନୂତନ ରୋଜଗାର ସୃଷ୍ଟି ହେବ ବୋଲି କହିଛନ୍ତି । ଏହି କ୍ରମରେ ଅନେକ ନେଟିଜେନ୍ ଏହି ଭିଡିଓଟି ପ୍ରକୃତ ନୁହେଁ, ବରଂ ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦାବି କରିବା ପରେ ଏହାକୁ ନେଇ ସନ୍ଦେହ ଓ ଆଲୋଚନା ଆହୁରି ସୋସିଆଲ ମିଡିଆରେ ତୀବ୍ର ହୋଇଛି ।

Tags: