ସେଓ ମାଲ୍ପୁଆ
ସାମଗ୍ରୀ : ୧୦ଖଣ୍ଡ ଗୋଲ ଗୋଲ ଆକାରରେ କଟା ସେଓ, ୫୦ ଗ୍ରାମ୍ ପନିର, ୧ କପ୍ ମଇଦା, ୧ କପ୍ ଦହି, ଛାଣିବା ପାଇଁ ତେଲ, ୧ କପ୍ ଚିନି, ୧କପ୍ ପାଣି, ୧ ଚାମଚ ଅଳେଇଚଗୁଣ୍ଡ, ଅଧା ଚାମଚ ଖାଇବା ସୋଡ଼ା ଓ ସ୍ୱାଦ ଅନୁସାରେ ଲୁଣ । ପ୍ରଣାଳୀ : ପ୍ରଥମେ ଦହି, ମଇଦା, ଗ୍ରେଟେଡ୍ ପନିର, ଲୁଣ ଓ ଖାଇବା ସୋଡ଼ାକୁ ଗୋଳେଇ ୩-୪ ଘଣ୍ଟା ବତୁରାଇ ରଖନ୍ତୁ । ତା’ପରେ […]
ସାମଗ୍ରୀ : ୧୦ଖଣ୍ଡ ଗୋଲ ଗୋଲ ଆକାରରେ କଟା ସେଓ, ୫୦ ଗ୍ରାମ୍ ପନିର, ୧ କପ୍ ମଇଦା, ୧ କପ୍ ଦହି, ଛାଣିବା ପାଇଁ ତେଲ, ୧ କପ୍ ଚିନି, ୧କପ୍ ପାଣି, ୧ ଚାମଚ ଅଳେଇଚଗୁଣ୍ଡ, ଅଧା ଚାମଚ ଖାଇବା ସୋଡ଼ା ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ : ପ୍ରଥମେ ଦହି, ମଇଦା, ଗ୍ରେଟେଡ୍ ପନିର, ଲୁଣ ଓ ଖାଇବା ସୋଡ଼ାକୁ ଗୋଳେଇ ୩-୪ ଘଣ୍ଟା ବତୁରାଇ ରଖନ୍ତୁ । ତା’ପରେ ଚୁଲିରେ କଡ଼େଇ ବସେଇ ୧କପ୍ ଚିନି, ୧ କପ୍ ପାଣି ଓ ଅଳେଇଚଗୁଣ୍ଡ ପକେଇ ସିରା ପ୍ରସ୍ତୁତ କରନ୍ତୁ । କଡ଼େଇରେ ତେଲ ଗରମ କରି ଗୋଲ ଗୋଲ ଆକାରରେ କାଟି ସେଓକୁ ମଇଦା ମିଶ୍ରଣରେ ବୁଡ଼େଇ ସିମ୍ରେ ରଖି ଛାଣନ୍ତୁ ଓ ସିରାରେ ବୁଡ଼େଇ ୫-୬ ମିନିଟ୍ ରଖି କାଢ଼ି ଗରମ ଗରମ ସ୍ୱାଦିଷ୍ଟ ସେଓ ମାଲ୍ପୁଆ ଖାଇବାକୁ ଦିଅନ୍ତୁ ।
ଅପର୍ଣ୍ଣା ନାୟକ
ନୂଆଦିଲ୍ଲୀ




