ପିମ୍ପୁଡିଙ୍କର ବାସ୍ନା

ଆମ ଆଖ ପାଖରେ ବୁଲୁଥିବା ଜୀବଙ୍କ ସମ୍ଭନ୍ଧରେ ଏଭଳି କିଛି ତଥ୍ୟ ରହିଛି, ଯାହା ବିଷୟରେ ଆମେ ଖୁବ କମ ଜାଣିଛେ । ବର୍ତ୍ତମାନ ପିମ୍ପୁଡିକୁ ନେଇ ସେହିଭଳି ଏକ ତଥ୍ୟ ସାମନାକୁ ଆସିଛି । ପିମ୍ପୁଡିମାନଙ୍କର ଭିନ୍ନଭିନ୍ନ ନିଜସ୍ୱ ଗନ୍ଧ ରହିଥାଏ । ରିପୋର୍ଟ ଅନୁସାରେ ପିମ୍ପୁଡିଙ୍କର ଦେହର ଗନ୍ଧ ସେମାନଙ୍କ ମୁଡ ଅନୁଯାୟୀ ବଦଳିଥାଏ । ଯେତେବେଳେ ଏହି ପିମ୍ପୁଡିମାନେ ରାଗି ଥାଆନ୍ତି କିମ୍ବା ଡରରେ ରହିଥାଆନ୍ତି ସେତେବେଳେ ବେଶି କଡା ଗନ୍ଧ ଏମାନଙ୍କ […]

Samaya Live Picture
Published On

ଆମ ଆଖ ପାଖରେ ବୁଲୁଥିବା ଜୀବଙ୍କ ସମ୍ଭନ୍ଧରେ ଏଭଳି କିଛି ତଥ୍ୟ ରହିଛି, ଯାହା ବିଷୟରେ ଆମେ ଖୁବ କମ ଜାଣିଛେ । ବର୍ତ୍ତମାନ ପିମ୍ପୁଡିକୁ ନେଇ ସେହିଭଳି ଏକ ତଥ୍ୟ ସାମନାକୁ ଆସିଛି । ପିମ୍ପୁଡିମାନଙ୍କର ଭିନ୍ନଭିନ୍ନ ନିଜସ୍ୱ ଗନ୍ଧ ରହିଥାଏ । ରିପୋର୍ଟ ଅନୁସାରେ ପିମ୍ପୁଡିଙ୍କର ଦେହର ଗନ୍ଧ ସେମାନଙ୍କ ମୁଡ ଅନୁଯାୟୀ ବଦଳିଥାଏ । ଯେତେବେଳେ ଏହି ପିମ୍ପୁଡିମାନେ ରାଗି ଥାଆନ୍ତି କିମ୍ବା ଡରରେ ରହିଥାଆନ୍ତି ସେତେବେଳେ ବେଶି କଡା ଗନ୍ଧ ଏମାନଙ୍କ ଦେହରୁ ନିର୍ଗତ ହୋଇଥାଏ । ତେବେ ଯେତେବେଳେ ପିମ୍ପୁଡିମାନେ ଚିଡି ଥାଆନ୍ତି, ସେତେବେଳେ ସେମାନଙ୍କ ଦେହରୁ ଚକୋଲେଟ୍‌ ଭଳି ଗନ୍ଧ ବାହାରିଥାଏ । ସେହିଭଳି କିଛି ପ୍ରଜାତିର ପିମ୍ପୁଡି ଚିଡିବା ସମୟରେ ଦେହରୁ ଲେମ୍ବୁ ଭଳି ବାସ୍ନା ନିର୍ଗତ କରିଥାଆନ୍ତି । ସେହିଭଳି ଓଡୋରୋସ୍‌ ହାଉସ ପିମ୍ପୁଡି ମାନେ ବ୍ଲì ଚିଜ୍‌ ଭଳି ବାସ୍ନା ହୋଇଥାଆନ୍ତି । ଏହି ଗନ୍ଧ ସେମାନଙ୍କ ଶରୀରରୁ ନିର୍ଗତ କେମିକାଲ୍ସ ଉପରେ ନିର୍ଭର କରିଥାଏ । ପିମ୍ପୁଡିଙ୍କ ଶରୀରରୁ ନିର୍ଗତ ଫର୍ମିକ ଏସିଡ୍‌ ଖରାପ ଗନ୍ଧ ପାଇଁ ଦାୟୀ ହୋଇଥାଏ । ସେହିଭଳି ପିମ୍ପୁଡି ମରିବା ପରେ ତାଙ୍କ ଶରୀରରୁ ଓଲେଇକ୍‌ ଏସିଡ୍‌ ନିର୍ଗତ ହୋଇଥାଏ, ଯାହା ସେମାନଙ୍କୁ ଫ୍ରେସ୍‌ ସାଲାଡ୍‌ର ବାସ୍ନା ପ୍ରଦାନ କରିଥାଏ । ତେବେ ପିମ୍ପୁଡି ମାନଙ୍କର ଗନ୍ଧ ସବୁବେଳେ ମଣିଷମାନେ ଜାଣିବାରେ ସକ୍ଷମ ହୋଇ ନଥାଆନ୍ତି । ଏମାନଙ୍କ ଶରୀରରୁ ବାହାରୁଥିବା ଗନ୍ଧ ଏତେ ମାତ୍ରାରେ କଡା ହୋଇନଥାଏ ଯାହା ମଣିଷମାନେ ଜାଣି ପାରିବେ । କିଛି ପିମ୍ପୁଡିଙ୍କ ବାସ୍ନା ଆମେ ଜାଣିପାରୁ । ଆମେରିକାର ଏକ ୟୁନିଭର୍ସିଟିର ଗବେଷକଙ୍କ ଗବେଷଣା ଅନୁସାରେ ଏହି ସମ୍ପର୍କରେ ତଥ୍ୟ ମିଳିଛି ।

Tags: