ପିମ୍ପୁଡି ପଠାନ୍ତି ସନ୍ଦେଶ
ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ ଦୈନନ୍ଦିନ କାର୍ଯ୍ୟକୁନେଇ ଅନେକ ଆଲୋଚନା ହୋଇଥାଏ । ସେହିଭଳି ଗବେଷଣା ପିମ୍ପୁଡିଙ୍କୁ ନେଇ ମଧ୍ୟ ହେଉଛି । ତେବେ ଏହି ଗବେଷଣାରେ ଛୋଟ ଯୁବକ ଅବସ୍ଥାରେ ଥିବା ପିମ୍ପୁଡିଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମନାକୁ ଆସିଛି । ଯେତେବେଳେ ଉକ୍ତ ପିମ୍ପୁଡିମାନେ କୌଣସି ଗମ୍ଭୀର ସଂକ୍ରମଣରେ ପିଡିତ ହୋଇଥାଆନ୍ତି ସେହି ସମୟରେ ଏକ କେମିକାଲ ରିଲିଜ କରନ୍ତି । ଯାହା ଅନ୍ୟ ପିମ୍ପୁଡିଙ୍କୁ ତାଙ୍କୁ ମାରିବାକୁ ସନ୍ଦେଶ ଦେଇଥାଏ, ଯାହାଫଳରେ ଅନ୍ୟମାନେ ଏହି ସଂକ୍ରମଣରେ ପିଡିତ ହେବେ ନାହିଁ । ଏହା ଏକ ଖୁବ ରୋଚକ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏକ ଗବେଷଣାରେ ସାମନାକୁ ଆସିଛି । ତେବେ ଏହି କେମିକାଲର ଗନ୍ଧ ଯେଉଁ ପିମ୍ପୁଡିଙ୍କ ଶରୀରରୁ ଆସିଥାଏ ସେମାନଙ୍କୁ ଅନ୍ୟମାନେ ମାରି ଦେଇଥାଆନ୍ତି । ବୈଜ୍ଞାନିକମାନେ ଏହି କେମିକାଲକୁ ସୁସ୍ଥ ପିମ୍ପୁଡିଙ୍କ ଶରୀରରେ ଇଞ୍ଜେକଫ କରିଥିଲେ ହେଲେ ଦେଖିବାକୁ ମିଳିଲା ସେହି ସୁସ୍ଥ ପିମ୍ପୁଡିଙ୍କୁ ମଧ୍ୟ ଅନ୍ୟମାନେ ମାରିଦେଇଥିଲେ । ଏହାକୁ ନେଇ ଆହୁରି ଗବେଷଣା ଜାରି ରହିଛି । ସେହିଭଳି ଏଥିରେ ଜଣା ପଡିଛି କି ଦଳରେ ଯିଏ ରାଣୀ ପିମ୍ପୁଡିଥାଏ ସେ ଏହି କେମିକାଲ ଛାଡିନଥାଏ, ତେଣୁ ତାକୁ କେହି ମାରନ୍ତି ନାହିଁ ।


