ସାଇକେଲରେ ନିଶା ନିବାରଣ ସନ୍ଦେଶ

ସାଇକେଲରେ ନିଶା ନିବାରଣ ସନ୍ଦେଶ
Ipsita Picture
By: Ipsita
Published On

 

କେରଳର ସାଇକ୍ଲିଷ୍ଟ ସନୀଦ ନିଶା ନିବାରଣ ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏକ ନିଆରା ତଥା ସାହସିକ ଯାତ୍ରା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ସେ ଆଗ ଚକ ନଥିବା ଗୋଟିଏ ଚକିଆ ସାଇକେଲ୍ରେ କେରଳରୁ ନେପାଳ ଦେଇ ଏଭରେଷ୍ଟ ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ୧୧,୦୦୦ କିଲୋମିଟରର ଏକ ଅସାଧାରଣ ଯାତ୍ରାରେ ବାହାରିଛନ୍ତି । ତାଙ୍କର ଗତ ୧୨ ବର୍ଷ ଧରି ବାଇକ୍ ଷ୍ଟଣ୍ଟିଂର ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ କେବଳ ପଛ ଚକ ସାହାଯ୍ୟରେ ସନ୍ତୁଳନ ରକ୍ଷା କରି ପ୍ରତିଦିନ ହାରାହାରି ୫୦-୬୦ କିଲୋମିଟର ଚଳାଇ ପାରୁଛନ୍ତି । ସେହିଭଳି ଦିନକରେ ସେ ସର୍ବାଧିକ ୧୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାଇ ଏପର୍ଯ୍ୟନ୍ତ ୭,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିସାରିଛନ୍ତି । ପୂର୍ବରୁ ଏହିଭଳି ଗୋଟିଏ ଚକିଆ ସାଇକେଲରେ ସେ କେରଳରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା ସଫଳତାର ସହ ପୂରଣ କରିଛନ୍ତି । ଯଦି ତାଙ୍କର ଏହି କଠିନ ଯାତ୍ରା  ଜଣେ ହେଲେ ବି ବ୍ୟକ୍ତିଙ୍କ ଚିନ୍ତାଧାରା ବଦଳାଇବାରେ ସଫଳ ହୁଏ, ତେବେ ସେହି ସମାଜ ସଂସ୍କାର ହିଁ ତାଙ୍କ ପାଇଁ ପ୍ରକୃତ ୱାର୍ଲ୍ଡ ରେକର୍ଡ ହେବବୋଲି ସେ ମତ ଦେଇଛନ୍ତି ।

Tags: