ପିମ୍ପୁଡି ଆକ୍ରମଣ

ପିମ୍ପୁଡି ଆକ୍ରମଣ
Ipsita Picture
By: Ipsita
Published On


କାନାଡ଼ାର ମାନିଟୋବାସ୍ଥିତ କାରମ୍ୟାନ୍ ମେମୋରିଆଲ୍ ହସ୍ପିଟାଲ୍ ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଛି । ସୂଚନା ଅନୁସାରେ ହସ୍ପିଟାଲର ଅପରେସନ୍ ଥିଏଟର, କରିଡର ଏବଂ ବିଭିନ୍ନ ସ୍ଥାନରେ ଅସଂଖ୍ୟ ପିମ୍ପୁଡ଼ି ଦେଖିବାକୁ ମିଳୁଛନ୍ତି । ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହସ୍ପିଟାଲ୍ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କାରଣ ଅପରେସନ୍ ଥିଏଟରରେ ସଂପୂର୍ଣ୍ଣ ସ୍ୱଚ୍ଛ ଏବଂ ସଂକ୍ରମଣମୁକ୍ତ ପରିବେଶ ଅତ୍ୟନ୍ତ ଜରୁରୀ ହୋଇଥିବାରୁ କୌଣସି ପ୍ରକାରର ପୋକଜୋକ ଜନିତ ବିପଦକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।  ସୂଚନା ଅନୁଯାୟୀ, ଏହି ପିମ୍ପୁଡ଼ି ସମସ୍ୟା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧୬ଟି ସର୍ଜରୀକୁ ବାତିଲ୍ କିମ୍ବା ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ହସ୍ପିଟାଲ୍ ପରିସରରେ ସଫେଇ ଏବଂ କୀଟ ନିୟନ୍ତ୍ରଣ କାର୍ଯ୍ୟକୁ ଜୋରଦାର କରାଯାଇଛି, ଯାହାଦ୍ୱାରା ଖୁବ୍ ଶୀଘ୍ର ସ୍ଥିତି ସ୍ୱାଭାବିକ ହୋଇପାରିବ ଏବଂ ପୁଣି ଥରେ ଅସ୍ତ୍ରୋପଚାର ସେବା ଆରମ୍ଭ କରାଯାଇପାରିବ । ସୋସିଆଲ ମିଡିଆରେ ଘଟଣାଟି ଖୁବ ଭାଇରାଲ ହେବାରେ ଲାଗିଛି ।

Tags: