ଆନିମଲ୍ ଅଫ୍ କୋଲଡ
ସାଧାରଣତଃ ଅତ୍ୟଧିକ ଶୀତରେ ମଣିଷ ହେଉ କିମ୍ବା ପଶୁ ସମସ୍ତଙ୍କର ବଞ୍ଚିବା କଷ୍ଟ ହୋଇଥାଏ । ଏଥିପାଇଁ ସେମାନଙ୍କୁ ଅନେକ ସଂର୍ଘଷ କରିବାକୁ ପଡିଥାଏ । ତେବେ ଏଭଳି କିଛି ପଶୁ ଅଛନ୍ତି ଯେଉଁମାନଙ୍କୁ ଆନିମଲ୍ ଅଫ୍ କୋଲଡ ବୋଲି ଆଖ୍ୟା ଦିଆଯାଇଥାଏ । ସେମାନେ ଅତ୍ୟଧିକ ଥଣ୍ଡାରେ ମଧ୍ୟ ଆରାମରେ ବଞ୍ଚି ପାରନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ପଶୁଙ୍କ ସମ୍ପର୍କରେ । ଆର୍କଟିକ୍ ଫକ୍ସ ଏହି ପଶୁ ଆରାମରେ ଅତ୍ୟଧିକ କମ୍ ତାପମାତ୍ରାରେ […]
ସାଧାରଣତଃ ଅତ୍ୟଧିକ ଶୀତରେ ମଣିଷ ହେଉ କିମ୍ବା ପଶୁ ସମସ୍ତଙ୍କର ବଞ୍ଚିବା କଷ୍ଟ ହୋଇଥାଏ । ଏଥିପାଇଁ ସେମାନଙ୍କୁ ଅନେକ ସଂର୍ଘଷ କରିବାକୁ ପଡିଥାଏ । ତେବେ ଏଭଳି କିଛି ପଶୁ ଅଛନ୍ତି ଯେଉଁମାନଙ୍କୁ ଆନିମଲ୍ ଅଫ୍ କୋଲଡ ବୋଲି ଆଖ୍ୟା ଦିଆଯାଇଥାଏ । ସେମାନେ ଅତ୍ୟଧିକ ଥଣ୍ଡାରେ ମଧ୍ୟ ଆରାମରେ ବଞ୍ଚି ପାରନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ପଶୁଙ୍କ ସମ୍ପର୍କରେ ।
ଆର୍କଟିକ୍ ଫକ୍ସ
ଏହି ପଶୁ ଆରାମରେ ଅତ୍ୟଧିକ କମ୍ ତାପମାତ୍ରାରେ ମଧ୍ୟ ସହଜରେ ବଞ୍ଚିପାରନ୍ତି । ଏମାନଙ୍କ ଦେହରେ ଥିବା ବହଳିଆ ଲୋମ ଏମାନଙ୍କୁ ଏହି ଶୀତରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହ ଏମାନଙ୍କ ପାଦ ମଧ୍ୟ ବେଶ୍ ଲୋମଶ ହୋଇଥାଏ, ଯେଉଁ କାରଣରୁ ଏମାନଙ୍କୁ ବରଫ ଉପରେ ଚାଲିବାରେ ମଧ୍ୟ ଅସୁବିଧା ହୋଇ ନଥାଏ । ଏମାନେ ମାଇନସ୍ ୫୦ ଡିଗ୍ରୀରେ ମଧ୍ୟ ରହିପାରିବାର ସକ୍ଷମତା ରଖିଥାଆନ୍ତି ।
ମସ୍କ ଅକ୍ସ
ଆର୍କିଟିକ୍ ରିଜିନ୍ରେ ମିଳୁଥିବା ଏହି ମସ୍କ ଅକ୍ସର ପୂରା ଶରୀର ଏକ ଲୋମର କୋଟ୍ରେ ଘୋଡାଇ ହୋଇ ରହିଥାଏ । ଯାହା ଏହାକୁ ଶୀତରୁ ରକ୍ଷା କରିଥାଏ । ଏହି ପଶୁ ଅଧିକ ଶୀତରୁ ରକ୍ଷା ପାଇବା ପାଇଁ ସବୁବେଳେ ଦଳଗତ ହୋଇ ରହିବାକୁ ପସନ୍ଦ କରନ୍ତି ।
ବରଫ ପେଚା
ଏହି ପେଚା ଦେଖିବାକୁ ଯେପରି ବରଫ ଭଳି ଧଳା, ସେହିପରି ବରଫରେ ଖୁବ ଆରାମରେ ରହିଥାଏ ମଧ୍ୟ । ଏମାନଙ୍କର ପକ୍ଷୀ ଖୁବ ମୋଟା ହୋଇଥାଏ ଯାହା ଅତ୍ୟଧିକ ଥଣ୍ଡାରୁ ଏମାନଙ୍କୁ ଆରାମ ପ୍ରଦାନ କରିଥାଏ । ଏମାନେ ବରଫର ଝଡକୁ ମଧ୍ୟ ଖୁବ ସହଜରେ ସାମନା କରିପାରନ୍ତି ।
ଲେମିଙ୍ଗ୍
ଏହା ଏକ ପ୍ରକାର ଠେକୁଆ ପ୍ରଜାତିର ପ୍ରାଣୀ, ଯେଉଁମାନେ ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ବି ସହଜରେ ବଞ୍ଚି ପାରନ୍ତି । ଏମାନଙ୍କର ଲୋମର ଘନତ୍ୱ ଖୁବ ଅଧିକ ଥାଏ ତେଣୁ ଏମାନଙ୍କ କମ ଥଣ୍ଡା ଲାଗିଥାଏ । ଏମାନେ ମାଟିରେ ସୁଡଙ୍ଗ ଭଳି କରି ରହିଥାଆନ୍ତି, ଯାହା ଏମାନଙ୍କୁ ଥଣ୍ଡାରୁ ରକ୍ଷା କରିଥାଏ ।




