ଅକ୍ଟୋପସ ବଜାଉଛି ପିଆନୋ

ଅକ୍ଟୋପସ ବଜାଉଛି ପିଆନୋ
Ipsita Picture
By: Ipsita
Published On

 

 'ତାକୋୟାକି' ନାମକ ଏକ ଅକ୍ଟୋପସ୍ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛି । ଏହାକୁ ଜଣେ ସୁଡେନ୍ ସଙ୍ଗୀତଜ୍ଞ ମାଥିଆସ୍ କ୍ରାଣ୍ଟଜ୍ ପିଆନୋ ବଜାଇବା ଶିଖାଇଛନ୍ତି । ପ୍ରାରମ୍ଭରେ ଆଲୋକିତ ପିଆନୋ କି' ଏବଂ ନକଲି କଙ୍କଡ଼ା ସାହାଯ୍ୟରେ ସେ ଅକ୍ଟୋପସ୍‌କୁ ଶିଖାଇବାରେ ବିଫଳ ହେବା ପରେ, ଏକ ସ୍ୱତନ୍ତ୍ର ପିଆନୋ ନିର୍ମାଣ କରିଥିଲେ । ଯେଉଁଥିରେ ସଠିକ୍ ସ୍ୱର ବାଜିଲେ ଟ୍ୟୁବ୍ ମାଧ୍ୟମରେ ଧୀରେ ଧୀରେ ଏକ କଙ୍କଡ଼ା ଆସି ପହଞ୍ଚିଥାଏ ଏବଂ ସମ୍ପୂର୍ଣ୍ଣ ଟ୍ୟୁନ୍ ବଜାଇବା ପରେ ହିଁ ଅକ୍ଟୋପସ୍ ଏହାକୁ ପୁରସ୍କାର ଭାବେ ପାଇଥାଏ । ମାଥିଆସ୍‌ଙ୍କ କହିବାନୁଯାୟୀ, ଅକ୍ଟୋପସ୍‌ମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ସେମାନଙ୍କର ଆଠଟି ହାତ ପ୍ରତ୍ୟେକଟିରେ ସ୍ୱତନ୍ତ୍ର ସ୍ନାୟୁ ପ୍ରଣାଳୀ ଥାଇ ଜଟିଳ କାର୍ଯ୍ୟ ଶିଖିବାରେ ସମର୍ଥ । ତେଣୁ ସେମାନଙ୍କୁ ପିଆନୋ ଶିଖାଇବା ମଧ୍ୟ ଖୁବ ସହଜ ଥିଲା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: