ମାଟିତଳେ ବିମାନ

ମାଟିତଳେ ବିମାନ
Ipsita Picture
By: Ipsita
Published On

 

ୟୁକେର ଡର୍ବିସାୟର ନିବାସୀ ୪୫ ବର୍ଷୀୟ ଡେଭ୍ ବିଲିଙ୍ଗସ୍ ଫେସବୁକ୍ ମାର୍କେଟପ୍ଲେସରୁ ପ୍ରାୟ ୫ ଲକ୍ଷ ଟଙ୍କାରେ ଏକ ବୋଇଂ ୭୩୭ ବିମାନ କିଣିଥିଲେ । ଏହାପରେ, ତାହାକୁ ନିଜ ଘର ପଛପାଖରେ ଏକ ୧୪ ଫୁଟ ଗଭୀର ଗାତ ଖୋଳି କ୍ରେନ୍ ସାହାଯ୍ୟରେ ସେଥିରେ ପୋତି ଦେଇଛନ୍ତି । ପ୍ରାୟ ୩ ଟନ୍ ଓଜନ ବିଶିଷ୍ଟ ଏବଂ ୧୯୯୩ ମସିହାରେ ନିର୍ମିତ ଏହି ବୋଇଂ ୭୩୭ ବିମାନଟି ୨୦୧୩ ମସିହାରେ ଏହାର ଶେଷ ଉଡ଼ାଣ ଭରିଥିଲା । ଏହାପୂର୍ବରୁ ପୂର୍ବ ମିଡ୍‌ଲାଣ୍ଡ୍‌ରୁ ସ୍ପେନ୍ ଏବଂ ପର୍ତ୍ତୁଗାଲକୁ ଏହି ବିମାନ ଚଳାଚଳ କରୁଥିଲା । ଡେଭ୍ ଏହାର ଭିତର ଅଂଶକୁ ଏକ ଭୂତଳ ମନୋରଞ୍ଜନ କକ୍ଷ ବା ଗେମିଂ ରୁମ୍ ଭାବରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଯେଉଁଠାରେ ଗେମିଂ ମେସିନ୍ ସ୍ଥାପନ କରାଯିବ ଏବଂ ଘର ଭିତରୁ ଏହାକୁ ଯିବାଆସିବା ପାଇଁ ବ୍ୟବସ୍ଥା ରହିବ । ସୋସିଆଲ ମିଡିଆରେ ତାଙ୍କର ଏହି ଆଇଡିଆକୁ ଖୁବ ପ୍ରଶଂସା କରାଯାଉଇଛି । ତାଙ୍କର ଏହି ମାଟିତଳର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।  

Tags: