ଗାଈଙ୍କ ପ୍ରତିଥିବା ପ୍ରେମ ରୁଥ୍‌ଙ୍କୁ କରିଛି ସ୍ୱତନ୍ତ୍ର

ଭାରତରେ ଗାଈକୁ ଗୋମାତା ରୂପେ ପୂଜା କରାଯାଇଥାଏ । ତେବେ ଜଣେ ଆମେରିକୀୟ ମହିଳା ଗାଈ ପ୍ରତି ଅହେତୁକ ଭଲପାଇବା ଦେଖାଇଛନ୍ତି । ମହିଳା ରୁଥ୍‌ କୋଲ୍‌ସନେର୍‌ ଏକ ସଂଗ୍ରହାଳୟ ନିର୍ମାଣ କରିଛନ୍ତି, ଯେଉଁଥିରେ ୧୯,୮୨୭ଟି ଗାଈ ଛବି ଥିବା ଏବଂ ଗାଈ ସମ୍ପର୍କିତ ସାମଗ୍ରୀ ରହିଛି । ଏହି ସଂଗ୍ରହାଳୟର ନାଁ ରହିଛି ‘ମୋସେଅମ୍‌’ । ସେ ଗାଈ ଛବି ଥାଇ ସାମଗ୍ରୀ ରଖିବାରେ ନିଜ ନାଁକୁ ଗିନିଜ୍‌ ରେର୍କଡରେ ମଧ୍ୟ ସାମିଲ କରିଛନ୍ତି । […]

Samaya Live Picture
Published On

ଭାରତରେ ଗାଈକୁ ଗୋମାତା ରୂପେ ପୂଜା କରାଯାଇଥାଏ । ତେବେ ଜଣେ ଆମେରିକୀୟ ମହିଳା ଗାଈ ପ୍ରତି ଅହେତୁକ ଭଲପାଇବା ଦେଖାଇଛନ୍ତି । ମହିଳା ରୁଥ୍‌ କୋଲ୍‌ସନେର୍‌ ଏକ ସଂଗ୍ରହାଳୟ ନିର୍ମାଣ କରିଛନ୍ତି, ଯେଉଁଥିରେ ୧୯,୮୨୭ଟି ଗାଈ ଛବି ଥିବା ଏବଂ ଗାଈ ସମ୍ପର୍କିତ ସାମଗ୍ରୀ ରହିଛି ।

ଗାଈଙ୍କ ପ୍ରତିଥିବା ପ୍ରେମ ରୁଥ୍‌ଙ୍କୁ କରିଛି ସ୍ୱତନ୍ତ୍ର

ଏହି ସଂଗ୍ରହାଳୟର ନାଁ ରହିଛି ‘ମୋସେଅମ୍‌’ । ସେ ଗାଈ ଛବି ଥାଇ ସାମଗ୍ରୀ ରଖିବାରେ ନିଜ ନାଁକୁ ଗିନିଜ୍‌ ରେର୍କଡରେ ମଧ୍ୟ ସାମିଲ କରିଛନ୍ତି । ଛୋଟ ବେଳୁ ଗାଈ ପ୍ରତି ତାଙ୍କର ଅହେତୁକ ପ୍ରେମ ରହିଛି ।

ଗାଈଙ୍କ ପ୍ରତିଥିବା ପ୍ରେମ ରୁଥ୍‌ଙ୍କୁ କରିଛି ସ୍ୱତନ୍ତ୍ର

ଏହି ରେର୍କଡ ସେ ଏବେ ନୁହେଁ ୨୦୧୫ରେ ସେ ନିଜର ପ୍ରଥମ ଟାଇଟଲ୍‌ ହାସଲ କରିଥିଲେ । ସେହି ସମୟରେ ତାଙ୍କ ପାଖରେ ୧୫,୧୪୪ ପିସ୍‌ ରହିଥିଲା ।

ଗାଈଙ୍କ ପ୍ରତିଥିବା ପ୍ରେମ ରୁଥ୍‌ଙ୍କୁ କରିଛି ସ୍ୱତନ୍ତ୍ର

ଏହି ସଂଗ୍ରହାଳୟରେ ଖେଳନା, ସ୍ନୋ ଗ୍ଲୋବ୍‌, ତକିଆ, ପୋଷାକ, ଚେସ୍‌ ସେଟ୍‌ ଆଦି ଅନେକ ସାମଗ୍ରୀ ରହିଛି, ଯେଉଁଥିରେ ଗାଈର ଛବି ରହିଛି । ତାଙ୍କର ଏହି ସଂଗ୍ରହାଳୟକୁ ପ୍ରତି ଖରାଦିନେ ଅନେକ ଲୋକ ବୁଲିବାକୁ ଆସନ୍ତି ।
ଗାଈଙ୍କ ପ୍ରତିଥିବା ପ୍ରେମ ରୁଥ୍‌ଙ୍କୁ କରିଛି ସ୍ୱତନ୍ତ୍ର

ସେହିଭଳି ଏଠାରେ ଏକ ଓପନ୍‌ ହାଉସ୍‌ ମଧ୍ୟ ରହିଛି, ଯେଉଁଠି ଗାଈଙ୍କୁ ଭଲ ପାଉଥିବା ବ୍ୟକ୍ତି ମଜା ନେଇପାରିବେ । ସମସ୍ତେ ତାଙ୍କୁ କାଓ ଲେଡି ନାମରେ ଜାଣନ୍ତି ।