ଅଦ୍ଭୁତ କଳାକୌଶଳ

ଅଦ୍ଭୁତ କଳାକୌଶଳ
Ipsita Picture
By: Ipsita
Published On

 

ଜର୍ମାନୀରେ ଅକ୍ଟୋବର ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ 'ଜିଲବର୍ସାଲଜ୍ ସାଇନ୍ସ ଆଣ୍ଡ ମିଡିଆ ଫେଷ୍ଟିଭାଲ'ରେ ବେଲଜିୟମ କଳାକାର ଲରେନ୍ସ ମାଲଷ୍ଟାଫଙ୍କ ପ୍ରସିଦ୍ଧ ପରଫର୍ମାନ୍ସ ଆର୍ଟ 'ଶ୍ରିଙ୍କ ୦୧୯୯୫' ପ୍ରଦର୍ଶିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ତିନିଜଣ ଜୀବନ୍ତ ବ୍ୟକ୍ତିଙ୍କୁ ଦୁଇଟି ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍ ସିଟ୍ ମାଧ୍ୟମରେ ଶୂନ୍ୟରେ ଝୁଲାଇ ରଖାଯାଇଥିଲା । ସେଥିରୁ ସମ୍ପୂର୍ଣ୍ଣ ପବନ ବାହାର କରି ଭ୍ୟାକ୍ୟୁମ୍-ପ୍ୟାକ୍ କରାଯାଇଥିଲା । କଳାକାରମାନଙ୍କ ଶ୍ୱାସକ୍ରିୟା ପାଇଁ ଏକ ସ୍ୱତନ୍ତ୍ର ଟ୍ୟୁବ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ, ପ୍ଲାଷ୍ଟିକ୍ ଭିତରେ ସେମାନେ ଧୀରେ ଧୀରେ ନିଜ ଶରୀରର ମୁଦ୍ରା ବଦଳାଇ ବିଭିନ୍ନ ଆକୃତି ଓ ସିଲୁଏଟ୍ ସୃଷ୍ଟି କରିଥିଲେ । ପ୍ରଥମ କରି ୧୯୯୫ ମସିହାରେ ମାଲଷ୍ଟାଫ ନିଜେ ଏହି କଳା ପ୍ରଦର୍ଶନ କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିପରି ଗୋଟିଏ ବସ୍ତୁ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷାର ଅନୁଭୂତି ଦେବା ସହିତ ସୀମିତ କିମ୍ବା ଆବଦ୍ଧ ମଧ୍ୟ କରିପାରେ, ତାହା ଦର୍ଶାଇବା ।

Tags: