ସୁନାର ବିକଳ୍ପ
କୁନ୍ଦନ ଗହଣା କୁନ୍ଦନ ଗହଣା ଆପଣଙ୍କୁ ଏକ ରୟାଲ ଲୁକ୍ ଦେବାରେ ଖୁବ ସାହାଯ୍ୟ କରିବ । ସୁନା ବଦଳରେ ନିଜ ଡ୍ରେସ୍କୁ ମ୍ୟାଚ୍ କରିବା ଭଳି ଏହାକୁ ପିନ୍ଧିପାରିବେ । ଏଥିରେ ଚୋକର, କାନଫୁଲ, ଚୁଡି, ମଥା ସିନ୍ଥି ଭଳି ସମସ୍ତ ଗହଣା ରହିଛି । ଏହା ବଜାରରେ ବିଭିନ୍ନ ପ୍ରକାରର ସହିତ କମ୍ ଦାମରେ ମଧ୍ୟ ମିଳିଥାଏ । ପର୍ଲ ଜୁଏଲାରୀ ପର୍ଲ ବା ମାଳି ଜୁଏଲାରୀ ମଧ୍ୟ ବର୍ତ୍ତମାନ ଟ୍ରେଣ୍ଡ୍ରେ ରହୁଛି । […]
କୁନ୍ଦନ ଗହଣା
କୁନ୍ଦନ ଗହଣା ଆପଣଙ୍କୁ ଏକ ରୟାଲ ଲୁକ୍ ଦେବାରେ ଖୁବ ସାହାଯ୍ୟ କରିବ । ସୁନା ବଦଳରେ ନିଜ ଡ୍ରେସ୍କୁ ମ୍ୟାଚ୍ କରିବା ଭଳି ଏହାକୁ ପିନ୍ଧିପାରିବେ । ଏଥିରେ ଚୋକର, କାନଫୁଲ, ଚୁଡି, ମଥା ସିନ୍ଥି ଭଳି ସମସ୍ତ ଗହଣା ରହିଛି । ଏହା ବଜାରରେ ବିଭିନ୍ନ ପ୍ରକାରର ସହିତ କମ୍ ଦାମରେ ମଧ୍ୟ ମିଳିଥାଏ ।
ପର୍ଲ ଜୁଏଲାରୀ
ପର୍ଲ ବା ମାଳି ଜୁଏଲାରୀ ମଧ୍ୟ ବର୍ତ୍ତମାନ ଟ୍ରେଣ୍ଡ୍ରେ ରହୁଛି । ଏଗୁଡିକର ଡିଜାଇନ୍ ଖୁବ କ୍ଲାସିକ୍ ହୋଇଥାଏ ଯାହା କନ୍ୟାଙ୍କ ପାଇଁ ଏକ ଗର୍ଜିଅସ ଲୁକ୍ କ୍ରିଏଟ୍ କରିଥାଏ । ଏହାକୁ ମଧ୍ୟ ନିଜ ଶାଢି କିମ୍ବା ଲେହେଙ୍ଗା ସହିତ ମ୍ୟାଚ କରି ଆଣନ୍ତୁ ଖୁବ ସୁନ୍ଦର ଲୁକ ମିଳିବ ।
ଷ୍ଟୋନ୍ ଓ୍ୱାର୍କ ଜୁଏଲାରୀ
ଏହା ସବୁଠାରୁ ଭଲ ଅପସନ୍ । ଏହା ଖୁବ ମଡର୍ଣ୍ଣ ଲୁକ ଦେଇଥାଏ, ଏହାର ଓଜନ କମ ହୋଇଥିବାରୁ ଏହାକୁ ସମସ୍ତେ ପସନ୍ଦ କରନ୍ତି । ସେହିଭଳି ଏହାର ଦାମ କମ ହୋଇଥିବାରୁ ସୁନା ବଦଳରେ ଏହାକୁ ଆପଣ ଚୟନ କରିପାରିବେ । ଏହାର ବିଭିନ୍ନ ପ୍ରକାରର ଡିଜାଇନ ବଜାରରେ ମିଳିଥାଏ ।
ଓ୍ୱାନ୍ଗ୍ରାମ
ସୁନା ବଦଳରେ ବର୍ତ୍ତମାନ ଏହାର ବ୍ୟବହାର ଖୁବ ବେଶି ହେଉଛି । ଏହି ଗହଣାରେ ଅବିକଳ ସୁନା ଭଳି ଦେଖାଯାଉଥିବା ଗହଣା ମିଳୁଛି । ହେଲେ ଏଗୁଡିକ ଓ୍ୱାନ୍ ଗ୍ରାମ ଗୋଲï ହୋଇଥାଏ । ଏଥିରେ ଖୁବ ଭଲଭଲ ଡିଜାଇନ୍ ରହିଥାଏ ଯାହାକୁ ଆପଣ ଶାଢି ଓ ଲେହେଙ୍ଗା ସହିତ ମ୍ୟାଚ କରି ଆଣି ପାରିବେ ।
କଷ୍ଟମ୍ ଜୁଏଲାରୀ
ଆଜିକାଲି କଷ୍ଟମ୍ ଡିଜାଇନ୍ ଖୁବ ଚାଲିଛି । ସମସ୍ତେ ନିଜର ଶାଢି ଠାରୁ ଆରମ୍ଭ କରି ଗହଣା ସବୁକୁ ନିଜ ଇଚ୍ଛା ଅନୁସାରେ କଷ୍ଟମ କରି ପିନ୍ଧୁଛନ୍ତି । ଏଗୁଡିକ ତମ୍ବା ଉପରେ ସୁନା କିମ୍ବା ରୁପାର ପରତ ଦିଆଯାଇ ପ୍ରସ୍ତୁତ କରାଯାଇଥାଏ । ନିଜ ନାମ କିମ୍ବା ଫଟୋ ଦେଇ ଏହାକୁ ପ୍ରସ୍ତୁତ କରାଇପାରିବେ । ଏହା ଆପଣଙ୍କୁ ଏକ ନିଆରା ଲୁକ୍ ଦେବ । ଏହାକୁ ସୁନା ଗହଣା ପରିବର୍ତ୍ତେ ପିନ୍ଧିପାରିବେ ।




