ଏକୁଟିଆ ୧୪ ବର୍ଷ

ଏକୁଟିଆ ୧୪ ବର୍ଷ
Ipsita Picture
By: Ipsita
Published On

 

ଆର୍କିଟିକ ମହାସାଗରରେ ଅବସ୍ଥିତ ଏକ ଦୂରବର୍ତ୍ତୀ ଦ୍ୱୀପପୁଞ୍ଜ ସଭାଲବାର୍ଡରେ ପ୍ରାୟ ୩,୦୦୦ ଲୋକ ବାସ କରନ୍ତି, ହେଲେ ଏଠାରେ ଗୋଟିଏ ବି ବିଲେଇ ଦେଖିବାକୁ ମିଳନ୍ତି ନାହିଁ । ଏଠାରେ ସ୍ଥାନୀୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ  ବିଲେଇ ରଖିବା ଉପରେ ସରକାରୀ ଭାବେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । କାରଣ ସେମାନଙ୍କ ଦ୍ବାରା ରୋଗ ବ୍ୟାପିବାର ଆଶଙ୍କା ଥାଏ । ଏଭଳି ସ୍ଥିତିରେ କେଶାନାମକ ଏକ ନାଲି ରଙ୍ଗର ବିଲେଇ ଏହି ଅଞ୍ଚଳରେ ବେଶ୍ ଜଣାଶୁଣା ସେଲିବ୍ରିଟି ପାଲଟିଲା । ସଭାଲବାର୍ଡର ବାରେଣ୍ଟସବର୍ଗ ନାମକ ଏକ ଋଷୀୟ ଜନବସତିରେ କେଶା ବହୁ ବର୍ଷ ଧରି ବସବାସ କରିଥିଲା । ସେ କିପରି ସେଠାରେ ପହଞ୍ଚିଥିଲା ତାହା ସ୍ପଷ୍ଟ ହୋଇନଥିଲେ ବି ସ୍ଥାନୀୟ ଲୋକକଥା ଅନୁଯାୟୀ, ୨୦୦୦ ଦଶକରେ କିଛି ଋଷୀୟ ନାଗରିକ ତାକୁ ଗୋପନରେ ସେଠାକୁ ଆଣିଥିଲେ ଏବଂ  ଆର୍କଟିକ କେକେଶିଆଳୀଭାବରେ ତାର ନାଁକୁ ପଞ୍ଜିକୃତ କରାଇଥିଲେ ।  ବିଲେଇଟି ପ୍ରାୟ ୧୪ ବର୍ଷ ଧରି ସେଠାରେ ମୁକ୍ତ ଭାବେ ବୁଲାବୁଲି କରି ଆର୍କଟିକର ସବୁଠାରୁ ପ୍ରିୟ ଏବଂ ପରିଚିତ ଜୀବ ପାଲଟିଥିଲା ।

Tags: