ଏଲିଅନ ନା ପୋକ !

ଏଲିଅନ ନା ପୋକ !
Ipsita Picture
By: Ipsita
Published On

 

ପୃଥିବୀରେ ଏପରି ଅନେକ ବିଚିତ୍ର ଜୀବ ଅଛନ୍ତି , ଯାହାଙ୍କ ରୂପରେଖ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । ସେହିପରି ଏକ ଏଲିଅନ୍ପରି ଦିଶୁଥିବା ପୋକ ହେଉଛି 'କ୍ୟାବେଜ୍ ଟ୍ରି ମଥ୍ କ୍ୟାଟରପିଲାର୍', ଯାହା ପ୍ରକୃତରେ 'କ୍ୟାବେଜ୍ ଟ୍ରି ମଥ୍' ନାମକ ପତଙ୍ଗର ଲାର୍ଭା ଅଟେ। ପ୍ରାୟ ୭ ସେଣ୍ଟିମିଟର ଲମ୍ବର ଏହି କ୍ୟାଟରପିଲାର୍ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ହୋଇଥାଏ ।  ଏହାର ଶରୀରରେ ଥିବା ବଡ଼ ବଡ଼ କଣ୍ଟାଗୁଡ଼ିକ ପ୍ରକୃତରେ ବହୁତ କୋମଳ ହୋଇଥାଏ । ଏହାର ରଙ୍ଗ ଏବଂ କଣ୍ଟାଗୁଡ଼ିକ କେବଳ ଶତ୍ରୁମାନଙ୍କୁ ଭୟଭୀତ କରି ନିଜକୁ ରକ୍ଷା କରିବା ପାଇଁ ବ୍ୟବହୃତ ହୋଇଥାଏ । ସେହିଭଳି ଟ୍ରପିକାଲ୍ ଆଫ୍ରିକାର ଅନେକ ଅଞ୍ଚଳରେ ଲୋକମାନେ ଏହାକୁ ଅତ୍ୟନ୍ତ ରୁଚିର ସହ ଖାଇଥାନ୍ତି ଏବଂ ବିକ୍ରି ମଧ୍ୟ କରିଥାନ୍ତି । ପ୍ରୋଟିନ୍ରେ ଭରପୂର ହୋଇଥିବାରୁ ବଜାରରେ ଏହାର ବେଶ୍ ଚାହିଦା ରହିଛି, ଯାହା ଅନେକ ଲୋକଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଛି । ବଡ଼ ହେବା ପରେ ଏହି ଭୟଙ୍କର ଦିଶୁଥିବା କ୍ୟାଟରପିଲାର୍ଟି ଏକ ବାଦାମୀ ରଙ୍ଗର ସୁନ୍ଦର ପତଙ୍ଗରେ ରୂପାନ୍ତରିତ ହୋଇଥାଏ ।

Tags: