ବିମାନ ରେସ୍ତୋରାଁ
ଆଜିକାଲି ବିଭିନ୍ନ ଥିମ୍ ବିଶିଷ୍ଟ ରେସ୍ତୋରାଁ ଦେଖିବାକୁ ମିଳୁଛି । ଏହି ଥିମ କାରଣରୁ ରେସ୍ତୋରାଁଗୁଡିକ ସମସ୍ତଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ମଧ୍ୟ ହେଉଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ରେସ୍ତୋରାଁ ଭାଇରାଲ ହେବାରେ ଲାଗିଛି । ରୋସ୍ତୋରାଁଟିର ଥିମ ରହିଛି ବିମାନ ଭିତରର ଦୃଶ୍ୟ । ଏଠାରେ ଖାଉଥିବା ଗ୍ରାହକ ବିମାନରେ ନଉଡି ମଧ୍ୟ ବିମାନରେ ବସି ଖାଦ୍ୟ ଖାଉଥିବାର ଅନୂଭବ ନେଇପାରୁଛନ୍ତି । ରେସ୍ତୋରାଁଟି […]
ଆଜିକାଲି ବିଭିନ୍ନ ଥିମ୍ ବିଶିଷ୍ଟ ରେସ୍ତୋରାଁ ଦେଖିବାକୁ ମିଳୁଛି । ଏହି ଥିମ କାରଣରୁ ରେସ୍ତୋରାଁଗୁଡିକ ସମସ୍ତଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ମଧ୍ୟ ହେଉଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ରେସ୍ତୋରାଁ ଭାଇରାଲ ହେବାରେ ଲାଗିଛି ।

ରୋସ୍ତୋରାଁଟିର ଥିମ ରହିଛି ବିମାନ ଭିତରର ଦୃଶ୍ୟ । ଏଠାରେ ଖାଉଥିବା ଗ୍ରାହକ ବିମାନରେ ନଉଡି ମଧ୍ୟ ବିମାନରେ ବସି ଖାଦ୍ୟ ଖାଉଥିବାର ଅନୂଭବ ନେଇପାରୁଛନ୍ତି ।

ରେସ୍ତୋରାଁଟି ନିଜର ନିଆରା ଥିମ୍ କାରଣରୁ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଲୋକମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି । ତେବେ ରେସ୍ତୋରାଁଟି ଏକ ସତ ବିମାନକୁ ବ୍ୟବହାର କରି ତିଆରି କରାଯାଇଛି । ଏହି ବିମାନରେ ପାଖାପାଖି ୧୦୬ଜଣ ଲୋକ ଏକାଥରେ ବସିପାରିବେ । ରେସ୍ତୋରାଁରେ କାର୍ଯ୍ୟରତ କର୍ମଚାରୀ ବିମାନ କର୍ମଚାରୀଙ୍କ ଭଳି ଡ୍ରେସ୍ ପିନ୍ଧିଥାଆନ୍ତି ।

ସେହିଭଳି ରେସ୍ତୋରାଁ ଭିତରକୁ ପଶିବା ସମୟରେ ଗ୍ରାହକଙ୍କୁ ଫ୍ଲାଇଟ୍ ଟିକେଟ୍ ଭଳି ଏକ ବୋଡିଙ୍ଗ ପାସ୍ ଦିଆଯାଉଛି । ଯାହା ଗ୍ରାହକଙ୍କୁ ସତ ବିମାନର ଅନୁଭୂତି ପ୍ରଦାନ କରୁଛି ।




