ଏଆଇ
ଆଜିକାଲି ଯୁଗର ଅନ୍ୟନାମ ବିଜ୍ଞାନର ଯୁଗ । ଆମର ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ ବିଜ୍ଞାନ ସାଧିତ । ବିଜ୍ଞାନ ବିନା ଯେପରି ଆମେ ଅସମ୍ପୁର୍ଣ୍ଣ । ତେବେ ସେହି ବିଜ୍ଞାନର ସବୁଠାରୁ ବଡ ଉଦ୍ଭୁାବନ ହେଲା ରୋବଟ ବା ଏଆଇ । ଏଆଇକୁ ବ୍ୟବହାର କରି ମଣିଷ ଅନେକ ଫାଇଦା ପାଉଥିବାବେଳେ ବର୍ତ୍ତମାନ ସମ୍ଭାବନା ଉଠିଛି ମଣିଷ ସ୍ଥାନରେ ଏଆଇର ବ୍ୟବହାରକୁ ନେଇ । ଯାହା ମାନବସମାଜକୁ କେତେକାଂଶରେ ବିଚଳିତ ମଧ୍ୟ କରିଛି । ତେବେ […]
ଆଜିକାଲି ଯୁଗର ଅନ୍ୟନାମ ବିଜ୍ଞାନର ଯୁଗ । ଆମର ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ ବିଜ୍ଞାନ ସାଧିତ । ବିଜ୍ଞାନ ବିନା ଯେପରି ଆମେ ଅସମ୍ପୁର୍ଣ୍ଣ । ତେବେ ସେହି ବିଜ୍ଞାନର ସବୁଠାରୁ ବଡ ଉଦ୍ଭୁାବନ ହେଲା ରୋବଟ ବା ଏଆଇ । ଏଆଇକୁ ବ୍ୟବହାର କରି ମଣିଷ ଅନେକ ଫାଇଦା ପାଉଥିବାବେଳେ ବର୍ତ୍ତମାନ ସମ୍ଭାବନା ଉଠିଛି ମଣିଷ ସ୍ଥାନରେ ଏଆଇର ବ୍ୟବହାରକୁ ନେଇ । ଯାହା ମାନବସମାଜକୁ କେତେକାଂଶରେ ବିଚଳିତ ମଧ୍ୟ କରିଛି । ତେବେ ଏଆଇର ଆଗତ ସମ୍ଭାବନାକୁ ନେଇ ସ୍ୱତନ୍ତ୍ର ଆଲୋଚନା
ଏଆଇ ବା ଆର୍ଟଫିସିଆଲ ଇଣ୍ଟିଲିଜେନ୍ସି ବର୍ତ୍ତମାନ ଯୁଗର ଏକ ନୂଆ ବିକଳ୍ପ । ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାର ଧୀରେଧୀରେ ବଢିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ଆଇଟି, ସ୍ପେସ୍,ମାର୍କେଟିଂ, ଟେଲିକମ୍, ଯାନବାହାନ ଆଦି କ୍ଷେତ୍ରରେ ଏଆଇର ବ୍ୟବହାର ବଢିଛି । ତେବେ ଏହାର ଅନେକ ସକରାତ୍ମକ ଦିଗ ଥିବାବେଳେ ନକରାତ୍ମକ ଦିଗ ମଧ୍ୟ ରହିଛି । ସକରାତ୍ମକ ପ୍ରଭାବ ଅନେକଥିବା ସତ୍ତେ୍ୱ ବର୍ତ୍ତମାନ ନକରାତ୍ମକତାକୁ ନେଇ ଆଲୋଚନା ବଢିଛି । ଏଆଇର ପ୍ରଭାବ କାରଣରୁ ବର୍ତ୍ତମାନ ମଣିଷଙ୍କର ବୃତ୍ତିଗତ ଜୀବନ ବିପଦରେ ପଡିଛି । ଏହାର ସକରାତ୍ମକ ପ୍ରଭାବ ସବୁଠାରୁ ଅଧିକ ଆର୍ଥିକ ସ୍ଥିତି ଉପରେ ପଡୁଛି । ନିକଟରେ ହୋଇଥିବା ଗବେଷଣା ଅନୁସାରେ ୨୦୩୦ ସୁଦ୍ଧା ବିଶ୍ୱର ଜିଡିପିରେ ପାଖାପାଖି ୨୬ ପ୍ରତିଶତ ବୃଦ୍ଧି ଘଟିବ, ଯେଉଁଥିରେ ସବୁଠାରୁ ଅଧିକ ସହଯୋଗ ରହିବ ଏଆଇର । କେବଳ ଅର୍ଥ ନୁହେଁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ରହିବ ।
ଏଆଇ
ଏଆଇର ଅର୍ଥ ହେଉଛି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି । ବର୍ତ୍ତମାନ ଯୁଗରେ ଏହାର ବହୁଳ ବ୍ୟବହାର ଥିଲେ ମଧ୍ୟ ଏହା ବିଷୟରେ ସମସ୍ତେ ଜାଣନ୍ତି ନାହିଁ । ଏହାର ଆକ୍ଷରିକ ଓଡିଆ କହିଲେ କୃତ୍ରିମ ବୁଦ୍ଧିମତା । ଏହାର ଅର୍ଥ ଏହା କମ୍ପ୍ୟୁଟର ସାଇନ୍ସର ଏଭଳି ଏକ ଶାଖା ଯାହା ମସିନଙ୍କୁ ବ୍ୟବହାର କରି ଅନେକ କାର୍ଯ୍ୟ କରିଥାଏ । ଗୋଟିଏ ମେସିନ୍ରେ ମଣିଷ ଭଳି ଭାବିବା, ବିଚାର କରିବା ଓ ନିଷ୍ପତ୍ତି ନେବା ଭଳି କ୍ଷମତାକୁ ବିକାଶ କରିବା ହିଁ ଏଆଇର କାର୍ଯ୍ୟ । କମ୍ପ୍ୟୁଟରର ବିଭିନ୍ନ କୋଡ ଲାଙ୍ଗୁଏଜ ବ୍ୟବହାର କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଇଥାଏ, ଯାହାକୁ ଏକ ମେସିନ କରିଥାଏ ।
ଚାଟ୍ ଜିପିଟି
ଫୋନ ବା ଟେଲିକମ୍ କ୍ଷେତ୍ରରେ ବର୍ତ୍ତମାନ ଚାଟ୍ ଜିପିଟିକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଏହାର ଅନ୍ୟନାମ ଓପନ୍ ଏଆଇ, ଯାହାକୁ ଗୁଗୁଲ୍ର ଅଲଟରନେଟିଭ୍ ଭାବେ ମଧ୍ୟ ବିବେଚନା କରାଯାଉଛି । ଏହି ଚାଟ୍ ଜିପିଟିରେ ଯାହା କିଛି ବି ଲେଖିଲେ ଏହାର ଉତ୍ତର ତୁରନ୍ତ ମିଳୁଛି । କେବଳ ଏତିକି ନୁହେଁ ଏଥିରେ ବିଭିନ୍ନ ସୁବିଧା ଉପଲବ୍ଧ ରହିଛି । ଏହା ନିଜର ପ୍ରୋଗ୍ରାମିଂ ଅନୁସାରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଥାଏ । ଏଆଇର ବ୍ୟବହାର ଆମେ ବହୁ ପୂର୍ବରୁ କରିଆସୁଛେ, ଯେପରି ମୋବାଇଲ,ଇମେଲ,ସୋସିଆଲ ମିଡିଆ, ଅନଲାଇନ୍ ସପିଂ ଆଦିରେ । ତେବେ ବର୍ତ୍ତମାନ ଚାଟ୍ ଜିପିଟର ବ୍ୟବହାର ବହୁଳମାତ୍ରାରେ ବଢିଛି । ଏହି ଚାଟ୍ ଜିପିଟିର ଇନିସିଆଲ ରିଲିଜ୍ ନଭେମ୍ବର ୩୦,୨୦୨୨ରେ ହୋଇଥିଲା । ଏହାକୁ ଓପନ ଏଆଇ ନାମକ ସଂସ୍ଥା ପ୍ରସ୍ତୁତ କରିଛି । ଯଦି ଆପଣ ଚାଟ୍ ଜିପିଟିରୁ କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଏ ସମ୍ପର୍କରେ ପ୍ରଥମେ ଏକ ଡିଟେଲ୍ ତଥ୍ୟ ଦିଆଯାଇଥାଏ ଯାହାର ରେସ୍ପନ୍ସରେ ସେ ଅନେକ ତଥ୍ୟ ପ୍ରଦାନ କରିଥାଏ । ଏଥିରେ ଆପଣ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇପାରିବେ । ଚାଟ୍ ଜିପିଟିର କାର୍ଯ୍ୟ ପ୍ରକ୍ରିୟାକୁ ଦେଖିଲେ ଏହା ଏକ ଶିକ୍ଷକର କାମ କରିଥାଏ ବୋଲି ଜଣାପଡିଥାଏ । ଏହା ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଏ, ଯେପରି କମ୍ପ୍ୟୁଟର ପ୍ରୋଗ୍ରାମ୍ ଲେଖିବା, କୋଡିଂକୁ ଡିବଗ୍ କରିବା, ମ୍ୟୁଜିକ୍ କମ୍ପୋଜ କରିବା, ଟେଷ୍ଟର ଉତ୍ତର ଲେଖିବା, ପିଲାଙ୍କୁ କାହାଣୀ କହିବା, ଟ୍ରାନ୍ସଲେସନ, ବିଜନେସ୍ ପିଚେସ୍ ଆଦି ପ୍ରସ୍ତୁତ କରିବାରେ ଚାଟ୍ ଜିପିଟି ସକ୍ଷମ । ପ୍ରଥମରୁ ଚାଟ ଜିପିଟ ଲଞ୍ଚପରେ ଏହା ସମସ୍ତଙ୍କୁ ଫ୍ରିରେ ସର୍ଭିସ ଦେଉଥିଲା । ୨୦୨୨ ଶେଷ ସୁଦ୍ଧା ପାଖାପାଖି ଏକ ମିଲିଅନୟୁଜର୍ସ ଏହାକୁ ବ୍ୟବହାର କରୁଥିଲେ । ପରେ ୨୦୨୩ ଜାନୁଆରେ ଏହି ସଂଖ୍ୟା ବଢି ୧୦୦ ମିଲିଅନରେ ପହଞ୍ଚିଛି ଏବଂ ବଢିବଢି ଚାଲିଛି । ବର୍ତ୍ତମାନର ଏହା ହେଉଛି ସବୁଠାରୁ ଫାଷ୍ଟଟେଷ୍ଟ ଗ୍ରୋଇଂ କଞ୍ଜ୍ୟୁମର ଆପ୍ଲିକେସନ୍ । ଏହାର ସର୍ଭିସ ଓ୍ୱାର୍କ ଭାଷା ଇଂରାଜୀ ରହିଛି , ତେବେ ଅନ୍ୟ ଭାଷା ମଧ୍ୟ ଏଥିରେ ବ୍ୟବହାର କରିହେଉଛି । ପ୍ରଥମରୁ ମାଗଣା ସର୍ଭିସ ଦେଉଥିବା ଏହି ପ୍ଲାଟ୍ଫର୍ମ ବର୍ତ୍ତମାନ ଗୋଟିଏ ମାସକୁ ୨୦ ଡଲାର ନେଉଛି । ଏହାର ବିଭିନ୍ନ ପ୍ରକାର ରହୁଛି ଯାହାର ଫିଚର ମଧ୍ୟ ଅଲଗା ଅଲଗା ରହୁଛି । ଏହାର ଗ୍ରାହକଙ୍କ ପାଇଁ ପ୍ରିମିୟମ ସର୍ଭିସ ମଧ୍ୟ ରହୁଛି ।




