ଏଆଇ ଚିହ୍ନିବ ଖେଳାଳିଙ୍କ ପ୍ରତିଭା
ଖେଳାଳିଙ୍କ ପ୍ରତିଭା ଚିହ୍ନଟ ଏବଂ ସେମାନଙ୍କ କୌଶଳକୁ ସୁଧାରିବା ପାଇଁ 'ଖିଲାଡି ପ୍ରୋ' ନାମକ ଏକ କମ୍ପାନୀ ଏକ ଏଆଇ କ୍ୟାମେରା ପ୍ରସ୍ତୁତ କରିଛି । ଯାହା କୌଣସି ମହଙ୍ଗା ଲାବ୍ କିମ୍ବା ଓଜନିଆ ଉପକରଣ ବିନା କେବଳ ଏକ ସ୍ମାର୍ଟଫୋନ୍ ଜରିଆରେ ଖେଳାଳିଙ୍କ ଗତିବିଧି, ଚାଲିଚଳନ ଏବଂ ସଟ୍ଗୁଡ଼ିକୁ ବିଶ୍ଳେଷଣ କରିପାରିବ। ଏହି ଭିଜୁଆଲ୍ ଏଆଇ ପ୍ଲାଟଫର୍ମ କମ୍ପ୍ୟୁଟର ଭିଜନ ଏବଂ ବାୟୋମେକାନିକ୍ସ ବ୍ୟବହାର କରି କାମ କରୁଥିବାବେଳେ ଖେଳାଳିମାନେ ଏଥିରେ ନିଜ ଭିଡିଓ ଅପଲୋଡ୍ କରି ସଠିକ୍ ପ୍ରେସ୍-ଅପ୍ କୌଶଳ ଏବଂ ଏହାର ଉନ୍ନତି ପାଇଁ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ । କମ୍ପାନୀର ପ୍ରତିଷ୍ଠାତାଙ୍କ ମତରେ, ଭାରତର ଜନସଂଖ୍ୟା ପ୍ରାୟ ୧୫୦ କୋଟି (୧.୫ ବିଲିୟନ) ହୋଇଥିଲେ ମଧ୍ୟ ବହୁତ କମ୍ ଲୋକ ଖେଳକୁଦରେ ଅଂଶଗ୍ରହଣ କରୁଥିବାରୁ ଏହି ଚ୍ୟାଲେଞ୍ଜକୁ ଦୂର କରିବାରେ ଏଆଇ ସହାୟକ ହୋଇପାରିବ । ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆବେଦନ କରିଥିବାରୁ ଏହି ପ୍ରକାରର ଏଆଇ-ଆଧାରିତ ପ୍ରଯୁକ୍ତିବିଦ୍ୟା ଆଥଲେଟ୍ସମାନଙ୍କୁ ଚିହ୍ନଟ ଏବଂ ପ୍ରଶିକ୍ଷଣ ଦେବାରେ ସହାୟକ ହୋଇପାରେ । ତେବେ ଏହା ସମ୍ପୂର୍ଣ୍ଣ ଭାବରେ ନୂତନ ପ୍ରତିଭାକୁ ଚିହ୍ନଟ କରିପାରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାଉପରେ ଆହୁରି ପରୀକ୍ଷଣ ବାକି ରହିଛି ।




