ଏଆଇ ରେସ୍ତୋରାଁ

ଏଆଇ ରେସ୍ତୋରାଁ
Ipsita Picture
By: Ipsita
Published On

 

ଚୀନ୍ର ହାଙ୍ଗଜୋଉ ସହରରେ ଏକ ନିଆରା ଏଆଇ ରେସ୍ତୋରାଁ ଖୋଲିଛି, ଯେଉଁଠାରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ନୁହେଁ ବରଂ ସେମାନଙ୍କ ଚେହେରା ପଢ଼ି ଖାଦ୍ୟ ପରଷାଯାଉଛି । ରେସ୍ତୋରାଁଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଶିହୁ ଜିଲ୍ଲାର ଏହି ଜିଏକି ରୋବୋଟ୍ ରେଷ୍ଟୋରଣ୍ଟରେ ଅର୍ଡର ଦେବା ପୂର୍ବରୁ ଏଆଇ ସିଷ୍ଟମ ଗ୍ରାହକଙ୍କ ଚେହେରା ଓ ଜିଭକୁ ସ୍କାନ କରିବା ସହ କିଛି ପ୍ରଶ୍ନ ପଚାରିଥାଏ । ଯାହାପରେ ସେମାନଙ୍କ ଜୀବନଶୈଳୀ, ମନୋଭାବ ଓ ହଜମ ଶକ୍ତିକୁ ଆଧାର କରି ସ୍ୱାସ୍ଥ୍ୟକର ଖାଦ୍ୟର ପରାମର୍ଶ ଦେଇଥାଏ । ଏହି ରେସ୍ତୋରାଁରେ ପ୍ରାୟ ୮ଟି ରୋବୋଟ୍ ଅର୍ଡର ନେବା ଠାରୁ ଆରମ୍ଭ କରି ରୋଷେଇ କରିବା, ଖାଦ୍ୟ ପରଷିବା ଏବଂ ସଫାସଫି କରିବା ଭଳି କାର୍ଯ୍ୟ କରୁଛନ୍ତି । ଏଠାରେ ୧୦୦ରୁ ଅଧିକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବିଶେଷ କଥା ହେଉଛି, ଏହି ରୋବୋଟ୍ମାନେ ମାନବୀୟ ଶେଫ୍ଙ୍କ ରୋଷେଇ ଶୈଳୀ ଓ ଡାଟା ବ୍ୟବହାର କରୁଥିବାରୁ ଖାଦ୍ୟର ସ୍ୱାଦ ସବୁବେଳେ ସମାନ ରହୁଛି । ଚୀନ୍ରେ ଏଆଇ ରୋବୋଟ୍ର ଚାହିଦା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୨୦୩୦ ସୁଦ୍ଧା ଏହାର ବଜାର ପ୍ରାୟ ୧୪,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

Tags: