ଯୁଦ୍ଧଭୂମିରେ ଏଆଇ

ଯୁଦ୍ଧଭୂମିରେ ଏଆଇ
Ipsita Picture
By: Ipsita
Published On

 

ଆଜିକାଲିର ଯୁଗକୁ ଏଆଇ ଯୁଗ କହିଲେ ଭଲହେବ ନାହିଁ । ତେବେ ଏହାର ବ୍ୟବହାର କ୍ଷେତ୍ରରେ ଏଆଇ ଆଉ ଏକ ପାଦ ଆଗକୁ ଯାଇଛି। ରିପୋର୍ଟ ଅନୁଯାୟୀ, ଆମେରିକା ସେନା ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ସୈନିକମାନଙ୍କୁ ସହାୟତା କରିବା ପାଇଁ ଏଆଇ ବ୍ୟବହାର କରୁଛି । ସେ  'ଭିକ୍ଟର' ନାମକ ଏକ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଚାଟବଟ୍ ବିକଶିତ କରୁଛି, ଯାହା ୟୁକ୍ରେନ-ଋଷ ଯୁଦ୍ଧ ଏବଂ ଅତୀତର ବିଭିନ୍ନ ସାମରିକ ଅଭିଯାନରୁ ମିଳିଥିବା ଶିକ୍ଷା ତଥା ତଥ୍ୟ ଉପରେ ଆଧାରିତ। ଏହି ସିଷ୍ଟମରେ 'ଭିକ୍ଟରବଟ୍'  ନାମକ ଏକ ଏଆଇ ସହକାରୀ ରହିଛି, ଯାହା ସୈନିକମାନଙ୍କୁ ମିଶନ ପ୍ଲାନିଂ କିମ୍ବା ଯୁଦ୍ଧାସ୍ତ୍ର ସମ୍ବନ୍ଧୀୟ ପ୍ରଶ୍ନର ତୁରନ୍ତ ଉତ୍ତର ଦେଉଛି । ଏହାସହ ଅନ୍ୟ ସେବା ସଦସ୍ୟଙ୍କ ଅଭିଜ୍ଞତାକୁ ମଧ୍ୟ ସେମାନଙ୍କ ସହ ବାଣ୍ଟୁଛି । ସୂଚନା ଅନୁଯାୟୀ, ପ୍ରାୟ ୫୦୦ରୁ ଅଧିକ ବିଶ୍ୱାସଯୋଗ୍ୟ ତଥ୍ୟ ଉତ୍ସ ବ୍ୟବହାର କରି ଏହି ମଡେଲକୁ ପ୍ରଶିକ୍ଷିତ କରାଯାଇଛି। ଯାହାଦ୍ବାରା ଯୁଦ୍ଧ ଭୂମିରେ ପୁରୁଣା ଭୁଲର ପୁନରାବୃତ୍ତିକୁ ରୋକାଯାଇପାରିବ ଏବଂ ଭବିଷ୍ୟତରେ ଏହା ଭିଡିଓ ଓ ଫଟୋ ବିଶ୍ଳେଷଣ କରିବାର କ୍ଷମତା ମଧ୍ୟ ରଖିବ। ତେବେ ବେଳେବେଳେ ସମ୍ବେଦନଶୀଳ ପରିସ୍ଥିତିରେ ଏହି ସିଷ୍ଟମ  ଭ୍ରମାତ୍ମକ ତଥ୍ୟ ଦେଇ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିପାରେବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

Tags: